କର୍ମଚାରୀଙ୍କୁ ଲକଡାଉନ୍‌ ସମୟର ୫୪ ଦିନର ଦରମା ଦେବାକୁ ସମସ୍ତ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲକଡାଉନ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ବେତନ ଦେବା ମାମଲାର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କମ୍ପାନୀ ଓ କର୍ମାଚାରୀ ଉଭୟ ଉଭୟଙ୍କ ଉପରେ ନିର୍ଭରଶୀଳ । ଏବେ କୈାଣସି କମ୍ପାନୀ ଉପରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ । ତେବେ ଯଦି କୈାଣସି କମ୍ପାନୀ ତାର କର୍ମଚାରୀଙ୍କୁ ଲକଡାଉନ୍‌ ସମୟର ୫୪ ଦିନର ଦରମା ନ ଦିଅନ୍ତି, ତେବେ ସମ୍ପୃକ୍ତ ବ୍ୟକ୍ତି ଶ୍ରମ ବିଭାଗର ସହାୟତା ନେଇପାରିବେ ।

ବିଭିନ୍ନ କମ୍ପାନୀ ଦାଖଲ କରିଥିବା ମାମଲାର ବିଚାର କରି ଆଜି ଏଭଳି ରାୟ ଦେଇଛନ୍ତି କୋର୍ଟ । ଏହି ମାମଲାରେ କେନ୍ଦ୍ର ସରକାର ଆଗାମୀ ଏକ ମାସ ମଧ୍ୟରେ ଦସ୍ତାବିଜ୍‌ ଦାଖଲ କରି ନିଜର ପକ୍ଷ ରଖିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । କରୋନା ମହାମାରୀର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ସମୟ ମଧ୍ୟରେ କମ୍ପାନୀମାନଙ୍କୁ ସେମାନଙ୍କ ଶ୍ରମିକମାନଙ୍କୁ ସମ୍ପୂର୍ଣ୍ଣ ମଜୁରୀ ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଅନେକ ଶିଳ୍ପ ଏହି ନିଷ୍ପତ୍ତି ନେବାକୁ ସେମାନଙ୍କର ଅକ୍ଷମତା ଦର୍ଶାଇ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ ।

Leave a Reply