ଓଡ଼ିଶାରେ କୋଭିଡ ମୁକାବିଲା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉଲ୍ଲେଖନୀୟ ।  କରୋନା ମୁକାବିଲା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ, ଆଇସିଏମ୍‌ଆର ନିର୍ଦ୍ଦେଶ ଅନୁଯାୟୀ ପ୍ରତି ଲକ୍ଷଣଧାରୀଙ୍କ ଟେଷ୍ଟ, କ୍ୱାରେଣ୍ଟାଇନ ସେଣ୍ଟର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଭଳି ପଦକ୍ଷେପ କରୋନା ମୁକାବିଲା ଦିଗରେ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛି ।

Institutional Quarantine Increased To 14 Days In Odisha's ...

ଏଥିଯୋଗୁଁ ପ୍ରକୃତ ରୋଗୀଙ୍କୁ ଚିହ୍ନଟ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରାଯିବା ସହିତ  ରାଜ୍ୟରେ ମୃତ୍ୟୁହାର ଯଥେଷ୍ଟ ହ୍ରାସ ହୋଇପାରିଛି । ଏଭଳି କି ରାଜ୍ୟରେ କୋଭିଡ ଜନିତ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ ଢେର କମ୍‌ ରହିଛି ।

ପ୍ରଥମେ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ନେଇ ପ୍ରତି ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ନିର୍ମାଣ ଏବଂ ବର୍ତ୍ତମାନ ସମୟରେ ଆଶା ଦିଦିମାନଙ୍କ ଦ୍ୱାରା କୋଭିଡ ରୋଗୀ ଚିହ୍ନଟ ପାଇଁ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଯାହା କରୋନାକୁ ନିୟନ୍ତ୍ରଣ କରିବା ଦିଗରେ ବେଶ୍ ସହାୟକ ହେଉଛି । ଏଥିସହିତ ସହରାଞ୍ଚଳରେ ଓ୍ୱାର୍ଡସ୍ତରରେ କୋଭିଡ କେୟାର କମିଟି ଗଠିତ ହୋଇଛି ।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

ଏହା ଦ୍ୱାରା କରୋନା ରୋଗୀଙ୍କୁ ଚିହ୍ନଟ ଏବଂ ସେମାନଙ୍କୁ ଚିକିତ୍ସା ସମ୍ଭବ ହୋଇପାରୁଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ସୁଦ୍ଧା ରାଜ୍ୟବାସୀ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ମୁକାବିଲା ଦିଗରେ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ବୋଲି ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

Leave a Reply