ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

1 min read

ଭୁବନେଶ୍ୱର: ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ଅବଧିକୁ ବଢାଇଛି । ଏପ୍ରିଲ ୧୪ ତାରିଖରେ ସରିବାକୁ ଥିବା ଲକଡାଉନ ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ । ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ସନ୍ଦେଶରେ ଏସଂପର୍କରେ ସୂଚନା ଦେଇଛନ୍ତି । 

ମୁଖ୍ୟମନ୍ତ୍ରୀ ତାଙ୍କ ସନ୍ଦେଶରେ କହିଛନ୍ତି ଯେ, ଗୋଟିଏ ଶତାବ୍ଦୀ ମଧ୍ୟରେ କରୋନା ହେଉଛି ମାନବ ଜାତି ଦେଖିଥିବା ସବୁଠୁ ବଡ଼ ବିପଦ । ଆମେ ଜାଣିଛେ ଯେ, ଜୀବନ ପୂର୍ବଭଳି ନାହିଁ । ସବୁକିଛି ବଦଳି ଯାଇଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଲକ୍ ଡାଉନ୍ ହେଉ କି ସଟ୍ ଡାଉନ୍ ରାଜ୍ୟବାସୀଙ୍କ ସହଯୋଗ ଲାଗି ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଯାଇଛନ୍ତି । ଲୋକଙ୍କ ଜୀବନ ଅର୍ଥନୀତି ଅପେକ୍ଷା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Odisha: Here're details of establishments exempted from COVID-19 ...

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉଦାହରଣ ଦେଇ ଲକ୍‌ଡାଉନ୍‌ର ଆବଶ୍ୟକତା ନେଇ ଲୋକଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେରିକାରେ କରୋନା ମାମଲା ୩ହଜାରରୁ ଆସି ୪ ଲକ୍ଷରେ ପହଞ୍ଚିଲାଣି । ୯/୧୧ ଆତଙ୍କୀ ଆକ୍ରମଣ ଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳୀ ଦେଇଥିଲେ ତା’ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି ।

What could happen as the coronavirus spreads across America ...

ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍ କରିନାହିଁ । ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହେଇଛି । ଏହି କଠିନ ପରିସ୍ଥିତିରେ ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି  ।

Thai Airways International | Book Flights to Bangkok, Seoul & More

ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ ମଧ୍ୟ କରାଯାଇଛି । ଏଥିସହିତ ଏପ୍ରିଲ୩୦ ଯାଏଁ ବିମାନ ସେବା ଓ ରେଳ ଯାତ୍ରା ବନ୍ଦ ରଖିବାକୁ ସୁପାରିସ କରିଛନ୍ତି ରାଜ୍ୟ ସରକାର ।

MGNREGA wages fall below minimum wage in 34 states out of 35 | The ...

କୃଷି କାର୍ଯ୍ୟ ପୂର୍ବ ଭଳି ଜାରି ରହିବ । ଶ୍ରମିକମାନଙ୍କ ସୁବିଧା ପାଇଁ ମନ୍‌ରେଗା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ । ଅନ୍ୟ ରାଜ୍ୟରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ଦେଖାଶୁଣା ପାଇଁ ସମ୍ପୃକ୍ତ ରାଜ୍ୟମାନଙ୍କୁ ଓଡ଼ିଶା ସରକାର ଅନୁରୋଧ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୧ଲକ୍ଷ ରାପିଡ୍ କରୋନା ଟେଷ୍ଟିଂ କରିବା ସରକାର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

https://www.facebook.com/nandighoshatv/videos/vb.874401445976675/525072251707484/?type=2&theater

 

Leave a Reply