ଭୁଜାଲି ଓ ଠେଙ୍ଗା ମାଡ଼ରେ ୬ ଗୁରୁତର, ୧୧ଜଣଙ୍କୁ ଅଟକ ରଖିଛି ପୋଲିସ

ବାଲେଶ୍ୱର: ଫୁଲଚାରାକୁ ନେଇ ସଂଘର୍ଷ । ଭୁଜାଲି ଓ ଠେଙ୍ଗା ମାଡ଼ରେ ୬ଜଣ ଗୁରୁତର ହୋଇଥିବା ବେଳେ ୧୧ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣା ଘଟିଛି ବାଲେଶ୍ୱର ଖଇରା ଥାନା ବାରିଙ୍ଗିଆ ଅଞ୍ଚଳରେ । ଅଙ୍ଗନୱାଡ଼ି ୱାର୍କର ମଞ୍ଜୁଲତା ଗିରିଙ୍କ ବାଡିରୁ ଫୁଲ ଚାରା ଚୋରି ହୋଇଥିବାରୁ ସେ ଗାଁର ଭାଷ୍କର ଓ କରୁଣକର ସାହୁଙ୍କୁ ପଚାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଭାଷ୍କର ସାହୁ ମଞ୍ଜୁଲତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଏନେଇ ଗ୍ରାମବାସୀଙ୍କୁ ଜଣାଇବାରୁ ରବିବାର ଫଇସଲା ହେବାକୁ ଦିନ ସ୍ଥିର ହୋଇଥିଲା । ହେଲେ ଫଇସଲା ପୂର୍ବରୁ ମଞ୍ଜୁଲତାଙ୍କ ଘର ଉପରେ ସହବଦ୍ଧ ଆକ୍ରମଣ ହୋଇଥିଲା । ମଞ୍ଜୁଲତା ସହାୟତା ପାଇଁ ଚିତ୍କାର କରିଥିଲେ ।

ଗ୍ରାମବାସୀ ପହଞ୍ଚିବା ବେଳେ ସେଠାରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୁଜାଲି ଓ ଠେଙ୍ଗା ମାଡ଼ରେ ୬ଜଣ ଗୁରୁତର ହୋଇ ଖଇରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଖଇରା ପୋଲିସ ମହିଳାଙ୍କ ସମେତ ୧୧ଜଣଙ୍କୁ ଗିରଫ କରାଯାଇଛି ।

Leave a Reply