କରୋନା କାଳରେ ଲୁଟ୍‌ ଆତଙ୍କ, ରାଜଧାନୀ ପରେ ଲୁଟେରାଙ୍କ ଟାର୍ଗେଟରେ ସିଲଭର ସିଟି

ଭୁବନେଶ୍ୱର: ଗ୍ୟାସ୍‌ କଟରରେ ଲୁଟୁଛନ୍ତି ଲକ୍ଷଲକ୍ଷ ଟଙ୍କା । ଭୁବନେଶ୍ୱର ପିଏନବି ଏଟିଏମରୁ ୨୭ ଲକ୍ଷ ୮୪ ହଜାର ଲୁଟ ଘଟରାକୁ ପୁରିଛି ଦୁଇଦିନ । ହେଲେ ଏବେବି ପୋଲିସର ହାତ ଖାଲି । ପୋଲିସ କମିଶନର ଓ ସ୍ପେଶାଲ ସ୍କାର୍ଡରେ ସ୍ପଟରେ ପହଞ୍ଚି କରିଛନ୍ତି ଛାନଭିନ୍ । ମ୍ୟାଗନେଟ ଛକରୁ ପଟିଆ ଷ୍ଟେସନ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଛାନଭିନ କରିଛି । ଏଟିଏମ୍‌ କାଉଣ୍ଟରରୁ ଜବତ ହୋଇଥିବା ଗ୍ୟାସ୍‌ ସିଲିଣ୍ଡର ଓ କଟର ସ୍ଥାନୀୟ ମାର୍କେଟରୁ କିଣା ହୋଇଛି ।

ଲୁଟେରା ମାନେ ୟୁଟ୍ୟୁବରୁ ଦେଖି ଲୁଟ କରିଥିବା ପୋଲିସ ସନ୍ଧେହ କରିଛି । ଏଟିଏମ୍‌ ଲୁଟ ପଛରେ ସ୍ଥାନୀୟ ଅପରାଧୀଙ୍କ ହାତଥିବା ସନ୍ଧେହ ଘନୀଭୂତ ହୋଇଛି । ସେପଟେ ମେଣ୍ଟେନାନ୍ସ ଟିମ୍‌, କ୍ୟାସ୍‌ ଅପଲୋଡ କରୁଥିବା ସଂସ୍ଥା ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଡାକି ତନାଘନା ଆରମ୍ଭ ହୋଇଛି । ଏଟିଏମ ଲୁଟର ପୂର୍ବ ୧୦ ଦିନର କଲ ଡିଟେଲ୍ସ ରେକର୍ଡକୁ ଯାଞ୍ଚ କରୁଛି ପୋଲିସ ଟିମ ।

କଟକ ଗଣ୍ଡରପୁରରେ ଏସବିଆଇ ଏଟିଏମରରୁ ଲୁଟ ଉଦ୍ୟମ ହୋଇଛି । ଗ୍ୟାସ କଟକର ସାହାର୍ଯ୍ୟରେ ଏଟିଏମ ତାଡିବା ବେଳେ ସାଇରାନ ବାଜିବାରୁ ଲୁଟ ଉଦ୍ୟମ ବିଫଳ ହୋଇଛି । ଅଭିଯୁକ୍ତ ଜଣଙ୍କ ଘର ଜଗତସିଂହପୁର । ଲୁଟେରାକୁ ଚାଉଳିଆଗଞ୍ଜ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି  । ଭୁବନେଶ୍ୱର ପିଏନବି ଲୁଟପାଟ ଘଟଣାରେ ତାର ସଂପୃକ୍ତ ଅଛି ନାହିଁ ପୋଲିସ ଖୋଳତାଡ କରିଛି  ।

ଟୁଇନସିଟିରେ ଧିରେ ଧିରେ ଲୁଟପାଟ ବଢିବାରେ ଲାଗିଛି  ।  ହେଲେ ଲୁଟ ପୂବର୍ରୁ ଲୁଟେରାଙ୍କ ଯୋଜନାର ଟେର ପାଇପାରୁନି ପୋଲିସ  । ଏନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ..

Leave a Reply