ଶ୍ୱେତା ତିୱାରୀଙ୍କ ଉପରେ ଦରମା ନଦେବା ଏବଂ ଠକାମିର ଅଭିଯୋଗ, ଲିଗାଲ ନୋଟିସ ଜାରି

1 min read

ନୂଆଦିଲ୍ଲୀ: ଶ୍ୱେତା ତିୱାରୀ ଫିଲ୍ମ ଦୁନିଆରେ ଏକ ଚର୍ଚ୍ଚିତ ନାମ । ଫିଲ୍ମ ସହ ସେ ଅନେକ ଟିଭି ସିରିଆଲରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି । ଶ୍ୱେତା ତିୱାରୀ ନିଜ ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ପାଇଁ ଖୁବ ଜଣାଶୁଣା । କିନ୍ତୁ କିଛି ଦିନ ହେବ ସମସ୍ୟା ଶ୍ୱେତାଙ୍କ ପିଛା ଛାଡୁନି । କିଛି ଦିନ ତଳେ ଶ୍ୱେତାଙ୍କ ସ୍ୱାମୀ ତାଙ୍କୁ ମାନହାନି ପାଇଁ ଲିଗାଲ ନୋଟିସ ପଠାଇଥିଲେ ଅନ୍ୟପଟେ ଶ୍ୱେତାଙ୍କ ଆକ୍ଟିଂ ସ୍କୁଲର ଏକ୍ସ କର୍ମଚାରୀ ରାଜେଶ ପାଣ୍ଡେ ତାଙ୍କ ଉପରେ ଠକାମିର ଅଭିଯୋଗ ଆଣି ତାଙ୍କୁ ଲିଗାଲ ନୋଟସ ପଠାଇଛନ୍ତି ।

 

View this post on Instagram

 

A post shared by Shweta Tiwari (@shweta.tiwari)

ଶ୍ୱେତାଙ୍କ ଉପରେ ଠକାମିର ଅଭିଯୋଗ

ଶ୍ୱେତା ମୁମ୍ବାଇରେ ଏକ ଆକ୍ଟିଂ ସ୍କୁଲ ଖୋଲିଥିଲେ ଯାହାର ନାଆ ଥିଲା ‘Shweta Tiwari’s Creative School of Acting’, ରାଜେଶ ପାଣ୍ଡେ ଏହି ସ୍କୁଲରେ ଶିକ୍ଷକ ଥିଲେ । ରାଜେଶ ପାଣ୍ଡେଙ୍କ ସୂଚନା ଅନୁଯାୟୀ, ସେ ୨୦୧୨ ମସିହାରୁ ଏହି ସ୍କୁଲରେ ଶିକ୍ଷକତା କରିଆସୁଛନ୍ତି କିନ୍ତୁ ତାଙ୍କୁ ୨୦୧୮ ମସିହା ଡିସେମ୍ବର ମାସର ଦରମା ସହ TDSର ଟଙ୍କା ମିଳିନାହିଁ । ଶ୍ୱେତାଙ୍କ ସହ ଦୀର୍ଘ ବର୍ଷ ଧରି କାମ କରିବା ପରେ ମଧ୍ୟ ସେ ମତେ ଧୋକା ଦେଇଥିବା କହିଛନ୍ତି ରାଜେଶ ।

ରାଜେଶ କହିଛନ୍ତି ଯେ, ସେ ଖୁବ ଚିନ୍ତିତ ଅଛନ୍ତି କାରଣ ଶ୍ୱେତା ତାଙ୍କ ୫୦ ହଜାର ଦରମା ଟଙ୍କା ଫେରାଇବା ତ ଦୂରର କଥା ତାଙ୍କ ଫୋନ ମଧ୍ୟ ଉଠାଉ ନାହାନ୍ତି । କରୋନା ମହାମାରୀ ଯୋଗୁଁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ରାଜେଶଙ୍କ ପାଖରେ ଘର ଭଡ଼ା ଦେବା ପାଇଁ ମଧ୍ୟ ଟଙ୍କା ନଥିବା ସେ କହିଛନ୍ତି ।

Leave a Reply