Durgamati Trailer: ରିଲିଜ ହେଲା ଦୁର୍ଗାମତୀର ଟ୍ରେଲର, ଦେଖନ୍ତୁ ଭୂମୀଙ୍କ ଦମଦାର ଲୁକ୍

1 min read

ମୁମ୍ବାଇ: ବଲିଉଡ ଅଭିନେତା ଅରଶଦ ୱାରସୀ ଏବଂ ଭୂମୀ ପେଡନେକର ଷ୍ଟାରର ଫିଲ୍ମ ଦୁର୍ଗାବତୀର ଟ୍ରେଲର ବୁଧବାର ରିଲିଜ ହୋଇଯାଇଛି । ଏହାକୁ ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି । ଟ୍ରେଲରକୁ ଦେଖିଲେ କାହାଣୀ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରୁନି କିନ୍ତୁ ୩ ମିନିଟ ଓ ୨୦ ସେକେଣ୍ଡର ଏହି ଭିଡିଓରେ ରହିଛି ଭରପୁର ଥ୍ରିଲର ।

 

ଫିଲ୍ମରେ ଭୂମୀ ଜଣେ ଆଇଏଏସ ଅଫିସରର ଚରିତ୍ରରେ ଅଭିନୟ କରିଛନ୍ତି । ଜୀ ଅଶୋକର ନିର୍ଦ୍ଦେଶନାରେ ନିର୍ମିତି ଏହି ଫିଲ୍ମ ତାମିଲ ଓ ତେଲେଗୁ ଭାଷାର ଫିଲ୍ମ ଭାଗମତୀର ହିନ୍ଦୀ ରିମେକ ଅଟେ । ମୂଳ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଜୀ ଅଶୋକ କରିଥିଲେ । ତାମିଲ ଫିଲ୍ମରେ ଅନୁଷ୍କା ସେଚ୍ଚୀ ମୁଖ୍ୟ ଭୂମିକାରେ ନଜର ଆସିଥିବାବେଳେ ହିନ୍ଦୀ ରିମେକରେ ଭୂମୀ ପେଡନେକରଙ୍କ ଅଭିନୟ ଦେଖିବାକୁ ମିଳିବ ।

ଡିସେମ୍ବର ୧୧ ତାରିଖରେ ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ହରର ସିନ ରହିଛି । କାହଣୀଟି କିଛି ରାଜନେତାଙ୍କୁ ନେଇ ହୋଇଛି ଯିଏକି ଜଣେ ଭଲ ରାଜନେତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଏହି ଷଡ଼ଯନ୍ତ୍ରରେ ସେମାନେ ଚଞ୍ଚଳ ଚୌହାନ ( ଭୂମୀ ପେଡନେକର) ଙ୍କୁ ମଧ୍ୟ ସାମିଲ କରିନିଅନ୍ତି ଏବଂ କାହାକୁ ସନ୍ଦେହ ନହେବା ପାଇଁ ତାଙ୍କୁ ପଚରାଉଚରା ପାଇଁ ଏକ ଶୁନସାନ ସ୍ଥାନକୁ ନେଇଯାଆନ୍ତି  ।

ଟ୍ରେଲରରେ କଣ ରହିଛି ଖାସ

ଟ୍ରେଲରରେ ଭୂମୀଙ୍କର ଅଭିନୟ ଏବଂ ତାଙ୍କ ଲୁକ ଖୁବ ଦମଦାର ରହିଛି । ଟ୍ରେଲରର ଶେଷ ଭାଗରେ ଦର୍ଶାଯାଇଥିବା ତିନୋଟି ସିନ ମୁଖ୍ୟ ଅଟେ ଯେଉଁଠି ଚଞ୍ଚଳ ଦୁର୍ଗାମତୀର ରୂପ ଧାରଣ କରିଥାଏ । ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଫିଲ୍ମର ଟ୍ରେଲରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଫିଲ୍ମଟିକୁ ରିଲିଜ ହେବା ପାଇଁ ଆଉ ଖୁବ ଅଳ୍ପ ଦିନ ବାକି ରହିଛି, ତେବେ ଏହା ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଦେଖିବା ବାକି ଅଛି ।

Leave a Reply