୨୭ଟି ଫିଲ୍ମକୁ ପଛରେ ପକାଇ ଓସ୍କାରରେ ଏଣ୍ଟ୍ରୀ ମାରିଲା ମଲୟାଲମ ଫିଲ୍ମ ‘ଜଲୀକଟ୍ଟୁ’

ନୂଆଦିଲ୍ଲୀ: ଫିଲ୍ମ ହଲିଉଡର ହେଉ ବା ବଲିଉଡର ଓସ୍କାର ଆୱାର୍ଡ ସମସ୍ତଙ୍କ ପାଇଁ ଗୁରୁତ୍ୱ ବହନ କରେ । କୌଣସି ଚଳଚ୍ଚିତ୍ର ପାଇଁ ଓସ୍କାର ପାଇବା ନା କେବଳ ଚଳଚିତ୍ରଟିକୁ ଚର୍ଚ୍ଚିତ କହିଥାଏ, ବରଂ ଏହି ଫିଲ୍ମକୁ ଯୁଗ ଯୁଗ ଧରି ମନେରଖାଯାଇଥାଏ । ତେବେ ଚଳିତ ବର୍ଷ ହିନ୍ଦୀ ବଦଳରେ ଏକ ମଲୟାଲମ ଚଳଚ୍ଚିତ୍ର ଏହି ସୁଯୋଗ ମିଳିଛି । ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଜଲୀକଟ୍ଟୁ ଓସ୍କାରରେ ଦେଶର ପ୍ରତିନିଧିତ୍ୱ କରିବାକୁ ଯାଉଛି ।

ଓସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ଏହି ଫିଲ୍ମ

ଜଲୀକଟ୍ଟୁ ଫିଲ୍ମର ନିର୍ଦ୍ଦେଶନା ଲିଜୋ ଜୋଶ ପୋଲ୍ଲିସେରୀ କରିଛନ୍ତି । ଓସ୍କାର ମନୋନିତ ହେବା ପୂର୍ବରୁ ଏହି ଫିଲ୍ମକୁ ଟୋରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ କରାଯାଇଛି । ସେଠାରେ ମଧ୍ୟ ଏହି ଫିଲ୍ମକୁ ଖୁବ ପ୍ରଶଂସା କରାଯାଇଥିଲା । ଫିଲ୍ମର କାହାଣୀଠାରୁ ଆରମ୍ଭ କରି ନିର୍ଦ୍ଦେଶନା ପର୍ଯ୍ୟନ୍ତ, ପ୍ରତ୍ୟେକ ଅଂଶକୁ ଖୁବ ପ୍ରଶଂସା କରାଯାଇଛି । ଫିଲ୍ମଟିକୁ ଦେଖିଲେ ଅନେକ ପ୍ରକାର ଭାବନା ମନକୁ ଆସିବ । ତେବେ ଜଲୀକଟ୍ଟୁ ଫିଲ୍ମଟି ଓକ୍ସାରରେ ସ୍ଥାନ ପାଇବା ପଛରେ ମଧ୍ୟ କିଛି ଖାସ କାରଣ ରହିଛି ।

ଫିଲ୍ମରେ କଣ ରହିଛି ଖାସ୍

ସୂଚନା ଅନୁଯାୟୀ ଜୁରୀ ମେମ୍ବରଙ୍କୁ ଜଲୀକଟ୍ଟୁ ଫିଲ୍ମର ଥିମ ଖୁବ ପ୍ରଭାବିତ କରିଥିଲା । ଫିଲ୍ମରେ ଦର୍ଶାଯାଇଛି ଯେ, ମନୁଷ୍ୟ ଅନେକ ପରିସ୍ଥିତିରେ ପଶୁ ଠାରୁ ମଧ୍ୟ ହୀନ ବ୍ୟବହାର କରିଥାଏ । ପ୍ରତ୍ୟେକ ଚରିତ୍ର ଦର୍ଶକଙ୍କ ମନକୁ ଛୁଇଁଛି ଏବଂ ଖୁବ ସୁନ୍ଦର ସନ୍ଦେଶ ମଧ୍ୟ ଦେଇଛି । ଏହି କାରଣରୁ ଏହି ଫିଲ୍ମକୁ ଓସ୍କାର ପାଇଁ ମନୋନିତ କରାଯାଇଛି ।

୨୭ଟି ଫିଲ୍ମକୁ ପଛରେ ପକାଇ ନୋମିନେସନରେ ଆସିଲା ଜଲୀକଟ୍ଟୁ

ଭାରତ ପକ୍ଷରୁ ୨୭ଟି ଫିଲ୍ମର ପ୍ରସ୍ତାବ ଦିଆଯାଇଥିଲା । ଏହି ଲିଷ୍ଟରେ ଛଲାଙ୍ଗ, ସ୍କାଏ ଇଜ ପିଙ୍କ୍, ଗୁଲାବୋ ସିତାବୋ ଭଳି ଫିଲ୍ମ ମଧ୍ୟ ସାମିଲ ରହିଛି । କିନ୍ତୁ ଏବେ ଯେତେବେଳେ ଜଲୀକଟ୍ଟୁକୁ ଭାରତର ପ୍ରତିନିଧିତ୍ୱ କରିବାର ମଉକା ମିଳିଛି, ତେଣୁ ଏହାର ମେକର୍ସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave a Reply