ସାମନାରେ ଆହ୍ୱାନ- ‘ମୁମ୍ବାଇ ଉପରେ ଲାଗିଛି ବାହାର ଲୋକଙ୍କ ଗ୍ରହଣ, ଏକାଠି ହୁଅ ମହାରାଷ୍ଟ୍ର ଭୂମିପୁତ୍ର’

1 min read
Shiv Sena Saamna Invokes Maratha Pride Maharashtra Appeals Unity

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ, ସୁଶାନ୍ତ ସିଂହ ରାଜପୁତ କେସ ସମେତ କେତେକ ମାମଲାରେ ବିରୋଧର ସମ୍ମୁଖୀନ ହୋଇଥିବା ଶିବସେନା ପୁଣିଥରେ ମରାଠା ସମ୍ମାନ କାର୍ଡ ଖେଳିଛି । ଶିବସେନାର ମୁଖପତ୍ର ସାମନାରେ କୁହାଯାଇଛି- ମୁମ୍ବାଇର ମହତ୍ୱକୁ କମ୍ କରିବାକୁ ଯୋଜନାବଦ୍ଧ ପ୍ରୟାସ କରାଯାଉଛି । ମୁମ୍ବାଇ ବାରମ୍ବାର ବଦନାମ ହେବା ଷଡ଼ଯନ୍ତ୍ରର ଅଂଶ ।

ସାମନା ଖବରକାଗଜରେ ଲେଖାଯାଇଛି ମୁମ୍ବାଇକୁ ପାକିସ୍ତାନ କହୁଥିବା ଜଣେ ଦୁଷ୍ଟ (ଅଭିନେତ୍ରୀ)ଙ୍କ ପଛରେ କିଏ ରହିଛନ୍ତି । ମହାରାଷ୍ଟ୍ର ଭୂମିପୁତ୍ର ଏକାଠି ହୋଇଯିବା ଉଚିତ୍ । ଏବେ କଷ୍ଟର ସମୟ ଆସିଛି । ଖବରକାଗଜ ମୁତାବକ, ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ଗ୍ରହଣ ଲଗାଇବା ପାଇଁ ପ୍ରୟାସ ଆଉ ଥରେ ଆରମ୍ଭ ହୋଇଛି । ଏହି ଗ୍ରହଣ ‘ବାହାର’ ଲୋକ ଲଗାଉଛନ୍ତି ।

ସାମନାରେ ଲେଖାଯାଇଛି, ଦିଲ୍ଲୀ ଅଥବା ମହାରାଷ୍ଟ୍ରରେ ସରକାର କାହାକୁ ବି, କୌଣସି ଅଜ୍ଞାତ ଶକ୍ତି ଆମ ମୁମ୍ବାଇ ବିରୋଧରେ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରନ୍ତି । କିନ୍ତୁ ସଂଯୁକ୍ତ ମହାରାଷ୍ଟ୍ରର ଜେଲ୍ ଦ୍ୱାରରେ ଧାଡ଼ି ହୋଇ ଛିଡ଼ା ହେଉଥିବା ‘ବୀର’ ଆଜି କୁଣ୍ଠିତ ହୋଇ ଯାଇଛନ୍ତି କି ?

Shiv Sena Saamna Invokes Maratha Pride Maharashtra Appeals Unity
Courtesy: Saamna

ମରାଠୀ ଅସ୍ମିତା କଥା କହି ଖବରକାଗଜରେ ଲେଖାଯାଇଛି- ଆଜି ପୁଣି ଥରେ ଭୂମିପୁତ୍ର ତଥା ମରାଠୀ ସ୍ୱାଭିମାନକୁ ଯୋଜନାବଦ୍ଧ ଭାବେ ଦମନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ମହାରାଷ୍ଟ୍ର ରକ୍ତରେ ମରାଠୀ କଣିକାକୁ ଶେଷ କରିବାକୁ ଷଡ଼ଯନ୍ତ୍ର କରାଯାଇଛି । ସୂର୍ଯ୍ୟ, ଚନ୍ଦ୍ର ଯେବେ ଯାଏଁ ଥିବେ, ମହାରାଷ୍ଟ୍ରକୁ ମୁମ୍ବାଇ ମିଳିବନି । ଏମିତି ଶବ୍ଦ ଉଚ୍ଚାରଣ କରି ଭୂମିପୁତ୍ରଙ୍କୁ ଖରାପ ଦର୍ଶାଇବାକୁ ଷଡ଼ଯନ୍ତ୍ର ରାଜନୀତି କରାଯାଉଛି ।

ଆହୁରି ଲେଖାଯାଉଛି- ମୁମ୍ବାଇର ମହତ୍ୱ, ମୁମ୍ବାଇର ବୈଭବ କମ କରିଦେଲେ ମହାରାଷ୍ଟ୍ରର ମନକୁ ମନ ପତନ ହୋଇଯିବ । ଏମିତି ଯାହା ମନରେ ଅଛି, ସେମାନେ ଭୂମିପତ୍ରଙ୍କୁ ଦୁର୍ବଳ କରୁଛନ୍ତି । ମୁମ୍ବାଇ ଭୂମିପୁତ୍ରଙ୍କର ହେବ । ତାକୁ ଧନ-ଧ୍ୟାନ୍ୟରେ ସମ୍ପନ୍ନ ଆମ ଲୋକହିଁ ତିଆରି କରିଛନ୍ତି । ଗର୍ବ, ଅହଙ୍କାର ମୁମ୍ବାଇର ସେଠ ଲୋକଙ୍କଠାରେ ପୂର୍ବରୁ ଅଛି, ଆଜି ବି ରହିଛି । ଶିବସେନା ପ୍ରଥମେ ଏହି ଗର୍ବ ଉତ୍ତାରିବା କାମ କରିଛି । ଏଥିପାଇଁ ଶିବସେନା ପ୍ରତି ଦିଲ୍ଲୀ ମନରେ ସର୍ବଦା ଅଲଗା ଭାବନା ରହିଛି । ଯିଏ ଶିବସେନା ବିରୋଧରେ କହିବ, ସେ ଦିଲ୍ଲୀର ‘ପ୍ୟାରୀ ଡାର୍ଲିଂ’ ହେବ ।

ସାମନାରେ ଛପା ଯାଇଥିବା ଖବର ମୁତାବିକ, ମୁମ୍ବାଇ ଦେଶର ହେଉ କି ଦୁନିଆର । କିନ୍ତୁ ତା ଉପରେ ପ୍ରଥମ ଅଧିକାର ହେଉଛି ମହାରାଷ୍ଟ୍ରର । ଯେବେଯେବେ ମୁମ୍ବାଇକୁ ଦବାଇବା ପାଇଁ ପ୍ରୟାସ ହୋଇଛି ମହାରାଷ୍ଟ୍ର ତାର ପ୍ରତିକାର କରିଛି । ଖବରକାଗଜ ଅନୁସାରେ ଯେଉଁଦିନ ‘ଠାକରେ’ ବ୍ରାଣ୍ଡର ପତନ ହୋଇଯିବ ସେ ଦିନ ମୁମ୍ବାଇର ପତନ ଆରମ୍ଭ ହୋଇଯିବ ।

ଖବରକାଗଜରେ ଲେଖାଯାଇଛି- ‘ଠାକରେ’ ମହାରାଷ୍ଟ୍ର ସ୍ୱାଭିମାନର ବ୍ରାଣ୍ଡ ଅଟେ । ଅନ୍ୟ ମହତ୍ୱପୂର୍ଣ୍ଣ ‘ବ୍ରାଣ୍ଡ’ ପାୱାର ନାମରେ ଚାଲୁଛି । ମୁମ୍ବାଇରେ ଏହି ବ୍ରାଣ୍ଡକୁ ନଷ୍ଟ କରିବା ପରେ ମୁମ୍ବାଇ କବଜା କରିବାକୁ ଷଡ଼ଯନ୍ତ୍ର କରାଯାଉଛି ।

Leave a Reply