ବିଲରେ ଆକାଶରୁ ଖସିଲା ଉଡ଼ନ୍ତା ବେଲୁନ୍‌, ମାଓବାଦୀ ଓଡ଼ାଇଥିବା ନେଇ ସନ୍ଦେହ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସାନଡ଼ଙ୍ଗର ଗାଁରେ ଉଡ଼ନ୍ତା ବେଲୁନକୁ ନେଇ ଆତଙ୍କ । ଜମିରେ ପଡ଼ିଥିବା ଏହି ବେଲୁନରେ ଜିପିଏସ୍ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ୍ ସର୍କିଟ ଲାଗିଥିବା ଜଣାପଡ଼ିଛି । ଫଳରେ ଏହି ରହସ୍ୟମୟ ବେଲୁନକୁ ଦେଖି ଭୟଭିତ ହୋଇଛନ୍ତି ଲୋକେ । କିଛି ମହିଳା ଜମିରେ କାମ କରୁଥିବା ବେଳେ ହଠାତ୍ ଆକାଶମାର୍ଗରୁ ଏକ ବଡ଼ ବେଲୁନ୍ ଖସି ପଡ଼ିଥିଲା । ଏଥିରେ ଜିପିଏସ୍ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ୍ ଡିଭାଇସ ଲାଗିଥିବା ଦେଖିବାକୁ ମିଳିଥିଲା । ଏନେଇ ଗ୍ରାମବାସୀ ତୁଷୁରା ଥାନାକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବେଲୁନ୍ ଓ ସେଥିରେ ଲାଗିଥିବା ଜିପିଏସ୍ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ୍ ସର୍କିଟକୁ ଜବତ କରିଛି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଜିପିଏସ୍ ସିଷ୍ଟମ୍ ଖଞ୍ଜା ଯାଇଥିବା ବେଲୁନ୍ ଉଡାଉଥିଲା, ଏହାକୁ ନେଇ ପୋଲିସ୍ ଅଧିକ ତଦନ୍ତ  ଜାରି ରଖିଛି । ତେବେ ବେଳୁନ ପଡ଼ିବା ସ୍ଥାନରୁ ମାତ୍ର ୧୨କିଲୋମିଟର ଦୂରରେ କଳାହାଣ୍ଡି ମୋହନଗିରିରେ ସିଆରପିଏଫ କ୍ୟାମ୍ପ ରହିଛି ଯାହାକୁ ନଜରରେ ରଖି ମାଓବାଦୀମାନେ ଛାଡ଼ିଥିବା ଲୋକେ ସନ୍ଦେହ କରୁଛନ୍ତି ।

Leave a Reply