ଭାରତ ଏବଂ ଚୀନ୍ ମଧ୍ୟରେ LACରେ ଯୁଦ୍ଧ ଭଳି ପ୍ରସ୍ତୁତି, ଜମାଟ ବାନ୍ଧିଲାଣି ଟ୍ୟାଙ୍କ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର

1 min read

ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ପରିସ୍ଥିତି ଏଭଳି ହେଲାଣି, ଲାଗୁଛି ଯେମିତି କିଛି ଦିନ ମଧ୍ୟରେ ଯୁଦ୍ଧ ହୋଇଯିବ । କାରଣ LACରେ ଜମା ହେବାରେ ଲାଗିଲାଣି ଦୁଇ ସେନାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଦୁଇ ଦେଶ ପାଖରେ ଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଆଣି ସୀମାରେ ରଖିଲେଣି । ଯାହାଫଳରେ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ଯୁଦ୍ଧ ପରିସ୍ଥିତି ଉପୁଜିଲାଣି । LAC ନିକଟରେ ଉଭୟ ପାର୍ଶ୍ୱରେ ଟ୍ୟାଙ୍କ, ମେସିନ ଗନ୍‌ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବାୟୁସେନାର ଶକ୍ତି ମଧ୍ୟ ବୃଦ୍ଧି କରାଯାଉଛି ।

ସୀମାକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦର ସମାଧାନ ପାଇଁ ଶନିବାର ଦିନ ଚୁସୁଲରେ ବ୍ରିଗେଡ୍-କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମଳିପାରିନଥିଲା । ଭାରତକୁ ଯୁଦ୍ଧରେ ସାମ୍ନା କରିବା ପାଇଁ ଚାଇନା ସଜାଇବାରେ ଲାଗିଛି ତାର ସାମରିକ ବାହିନୀକୁ । ଟାଇପ୍ ୧୫ ଲାଇଟ ଟ୍ୟାଙ୍କ, ଇନଫେଣ୍ଟ୍ରି ଯୁଦ୍ଧ ଯାନ, AH4 ହାୱିଜର୍ ବନ୍ଧୁକ, HJ-୧୨ ଆଣ୍ଟି ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର, NAR-୭୫୧ ଲାଇଟ ମେସିନ୍ ଗନ୍‌, W-୮୫ ହେଭି ମେସିନ୍ ଗନ୍‌ ଏବଂ ଆଣ୍ଟି ମ୍ୟାଟେରିଆଲ୍ ସ୍ନାଇପର ରାଇଫଲକୁ ସୀମାରେ ନିଯୋଯିତ କରିଛି ।

ସେପଟେ ଭାରତ ମଧ୍ୟ ଚୀନ୍‌କୁ ଟକ୍କର ଦେବା ପାଇଁ LACରେ ଟି -୨୦ ଭୀଷ୍ମ ଟ୍ୟାଙ୍କ, ବିଏମ୍ପି-୨କେ ଯୁଦ୍ଧ ଯାନ, M୭୭୭ ଅଲଟ୍ରା ଲାଇଟ୍ ହାୱିଜର୍ ବନ୍ଧୁକ, ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ୍, NEGEV ଲାଇଟ୍ ମେସିନ୍ ଗନ୍‌, ଟିଆରଜି ସ୍ନାଇପର ରାଇଫଲ LAC ଉପରେ ନିୟୋଜିତ କରିଛି ଭାରତ । ଖାଲି ସେତିକି ନୁହେଁ, ଚୀନ୍‌କୁ ଚକମା ଦେବାପାଇଁ ଭାତୀୟ ବାୟୁସେନା ମଧ୍ୟ ପୁରା ତୟାର ହୋଇ ରହିଛି ।

ଆକାଶ ମାର୍ଗରୁ ଆକ୍ରମଣ ପାଇଁ ଭାରତ ସୁଖୋଇ ୩୦, ମିଗ୍ ୨୯, ମିରାଜ୍ ୨୦୦୦, ଚିନୁକ୍ ଏବଂ ଆପାଚେ ହେଲିକପ୍ଟର ନିୟୋଜିତ କରାଯାଇଛି । ଚାଇନା ଭାରତକୁ ଡ଼ରାଇବା ପାଇଁ ଚେଙ୍ଗଡୁ ଜେ -୨୦ ଷ୍ଟିଲ୍ଥ ଯୁଦ୍ଧ ବିମାନ LAC ରେ କିଛି ଦିନ ପୂର୍ବରୁ ଉଡିଥିଲା । ବର୍ତ୍ତମାନ ତିବ୍ବତରେ ପଠାରୀ ଅଞ୍ଚଳରେ ପରମାଣୁ ବୋମା ବିମାନ ଉଡ଼ାଇବାରେ ଲାଗିଛି ।

Leave a Reply