ସାରୁଅ ଜମି ଦୁର୍ନୀତି ମାମଲାରେ ୨୨ କ୍ଷତିଗ୍ରସ୍ତଙ୍କୁ ନୋଟିସ୍ ପାଇଁ ନିର୍ଦ୍ଦେଶ

1 min read
Odisha Crime Branch Request To Income Tax Department To Investigate Funds Transaction On Sarua Land Scam

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା । ଓଡ଼ିଶା ଇନଫ୍ରାଟେକ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆଜି ହୋଇପାରିନାହିଁ । ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା । ମାମଲାରେ ସମସ୍ତ ପକ୍ଷଭୁକ୍ତଙ୍କୁ ନୋଟିସ୍ କରାଯାଇ ନଥିବାରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଜାମିନ୍ ଆବେଦନର ଶୁଣାଣି ୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଏହି ସମୟ ମଧ୍ୟରେ ସାରୁଅର କ୍ଷତିଗ୍ରସ୍ତ ୨୨ ଜଣ ଅନୁସୂଚିତ ଜାତି ଲୋକଙ୍କୁ ନୋଟିସ୍ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଆଇନର ଧାରା ୧୫(କ) ଅନୁଯାୟୀ ଜାମିନ୍ ଆବେଦନ ଶୁଣାଣି ପୂର୍ବରୁ ସମସ୍ତ ପକ୍ଷଭୁକ୍ତଙ୍କୁ ନୋଟିସ୍ କରାଯିବା ବାଧ୍ୟତାମୂଳକ ।

Sarua Land Scam Case, Courts Direct To Send Notice To Affected

ଗତକାଲି ଇଓଡବ୍ଲ୍ୟୁର ରିମାଣ୍ଡ ଶେଷ ପରେ ମନୋରଞ୍ଜନଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା । ଏହାସହ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ମଧ୍ୟ ଜେଲକୁ ପଠାଇ ଦିଆଯାଇଛି । ଗତ ୧ ତାରିଖରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଓଟିଭି ସିଏଫଓ ମରୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା । ତାର ଦିନକ ପରେ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ କର୍ମଚାରୀ ତଥା ଏଜେଣ୍ଟ ଶିବପ୍ରସାଦ ଗିରଫ ହୋଇଥିଲେ । ଉଭୟଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ମୁହାଁମୁହିଁ ଜେରା କରିଥିଲା ।

Sarua Land Scam Case, Courts Direct To Send Notice To Affected

ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍ ଜାଲ୍, ପ୍ରତାରଣା ଓ ଭୟ ଦେଖାଇ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି କିଣିଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଅଭିଯୋଗ ହେବା ପରେ ପ୍ରଥମେ ବାଘମାରୀ ପୋଲିସ ଘଟଣାର ତଦନ୍ତ କରୁଥିଲା । ପରେ କ୍ରାଇମବ୍ରାଞ୍ଚକୁ ମିଳିଥିଲା ତଦନ୍ତ ଭାର । ଏବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ସ୍କାନରକୁ ଆସିଛନ୍ତି ବିଭୁ ପ୍ରସାଦ ରଥ । ଓଟିଭିର ପୂର୍ବତନ ଅଧିକାରୀ ବିଭୁପ୍ରସାଦ ରଥଙ୍କ ଉପରେ EOWର ନଜର ପଡିଛି । ଖୁବ୍‌ଶୀଘ୍ର EOWରେ ହାଜର ହୋଇପାରନ୍ତି ବିଭୁ ପ୍ରସାଦ ରଥ । ସାରୁଅ ଜମି ଜାଲିଆତି ଘଟଣାରେ ତାଙ୍କୁ ପଚରାଉଚରା କରିପାରେ EOW ।

Leave a Reply