IPL 2020 :କ୍ୱାଲିଫାୟର ମ୍ୟାଚ ପୂର୍ବରୁ ମୁମ୍ବାଇ-ଦିଲ୍ଲୀ କାହିଁକି ବଦଳାଇଲେ ରଣନୀତି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ପ୍ରଥମ କ୍ୱାଲିଫାୟର ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି । ଆଜି ମ୍ୟାଚର ବିଜେତା ସିଧାସଳଖ ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିବ । ସେହିପରି ଯେଉଁ ଦଳ ହାରିବ, ସେହି ଦଳ ପାଇଁ ଆଉ ଏକ ସୁଯୋଗ ମଧ୍ୟ ରହିବ । ତେଣୁ ଆଜିର ମ୍ୟାଚ ଜିତି ଫାଇନାଲ ଯିବାକୁ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଚାହିଁବେ ।

ଲିଗ୍ ପର୍ଯ୍ୟାୟର ୨ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିସାରିଛି । ହେଲେ ମୁମ୍ବାଇ ଶେଷ ଲିଗ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍ ଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା । ଅବଶ୍ୟ ଏହି ମ୍ୟାଚରେ ମୁମ୍ବାଇ ପକ୍ଷରୁ କେତେଜଣ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଖେଳି ନ ଥିଲେ । ଲିଗ୍ ପର୍ଯ୍ୟାୟରେ ୨ଟି ମ୍ୟାଚ ହାରି ଥିବାରୁ ଦିଲ୍ଲୀର ମନୋବଳ ସାମାନ୍ୟ ଦୁର୍ବଳ ରହିବ । ହେଲେ ଶେଷ ଲିଗ୍ ରେ ବିରାଟ ବାହିନୀକୁ ହରାଇ ଥିବାରୁ ଭଲ ପ୍ରଦର୍ଶନ କରିବାକୁ ଶ୍ରେୟାସ ଆୟାର ଚେଷ୍ଟା କରିବେ । ସେହିପରି ୨ ଦଳ ମଧ୍ୟରେ ମୋଟ ୨୬ଟି ମ୍ୟାଚ ଖେଳାଯାଇଛି । ଏଥିରେ ମୁମ୍ବାଇ ୧୪ ଏବଂ ଦିଲ୍ଲୀ ୧୨ ଥର ବିଜୟୀ ହୋଇଛି ।

Cricket IPL 2020 Rohit Sharma Mumbai Indias Team Lost Opening Match 8th Time In A Row

ମୁମ୍ବାଇ କ’ଣ ପାଇଁ ଫେଭରାଇଟ୍ ?

ପୂର୍ବରୁ ୪ ଥର ଟାଇଟଲ ଜିତିଥିବା ମୁମ୍ବାଇ ଏକ ଶକ୍ତିଶାଳୀ ଦଳ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ସହ କ୍ୱିଣ୍ଟନ ଡିକକ, ହାର୍ଦ୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା, କିରନ ପୋଲାର୍ଡ, ଟ୍ରେଣ୍ଡ ବୋଲ୍ଟ, ଜସପ୍ରୀତ ବୁମରା, ଇଷାନ କିଷନ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କୁ ନେଇ ଦଳ ସମୃଦ୍ଧ । ଆହତ ପରେ ରୋହିତ ଦଳକୁ ଫେରିଛନ୍ତି । ଦଳର ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଉତ୍ତମ ବ୍ୟାଟିଂ ଲାଇନ ଅପ୍ , ସନ୍ତୁଳିତ ବୋଲିଂ ମୁମ୍ବାଇକୁ ଟାଇଟଲ ଫେଭରାଇଟ କରୁଛି ।

ଦିଲ୍ଲୀ କ’ଣ ପାଇଁ ସ୍ୱତନ୍ତ୍ର ?

ଯୁବ ତାରକାରେ ଖଚିତ ଦିଲ୍ଲୀ କ୍ୟାପିଟାଲ୍ସର ଦଳଗତ ପ୍ରଦର୍ଶନ ହିଁ ତାଙ୍କ ବିଜୟ ନିର୍ଦ୍ଦାରଣ କରିଥାଏ । ଦଳର ବ୍ୟାଟିଂ ଲାଇନ ଅପ୍ ବହୁତ ଭଲ ହେଲେ ବଡ଼ ମ୍ୟାଚରେ ଚାପକୁ କିପରି ମୁକାବିଲା କରାଯାଇପାରୁଛି । ତାହା ଦେଖିବାକୁ ଉତ୍କଣ୍ଠା ରହିବ । ପୃଥ୍ୱୀ ସ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ଶିଖର ଧାୱନଙ୍କ ମଧ୍ୟ ଯଦି କୌଣସି ୨ ଖେଳାଳି ଭଲ ବ୍ୟାଟିଂ କରିନ୍ତି, ତେବେ ଦିଲ୍ଲୀ ବଡ଼ ସ୍କୋର କରିପାରିବ । ସେହିପରି ଅଲରାଉଣ୍ଡର ହ୍ୱେଟମୋର ଏବଂ ଷ୍ଟଏନିସ ଯଦି ଉଭୟ ବିଭାଗରେ ଭଲ ପ୍ରଦର୍ଶନ କରନ୍ତି, ତେବେ ମୁମ୍ବାଇ ଚକମା ଖାଇବ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ ।

 

Leave a Reply