ଭୟଭୀତ କରିପାରିଲାନି ଭୂତାଣୁ: ମେଡିକାଲ ସାନିଟାଇଜ୍ କଲେ ସରପଞ୍ଚ

1 min read

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଛି । ଏହି ଅଦୃଶ୍ୟ ମହାମାରୀ କରୋନା ଯୁଦ୍ଧରେ ଲଢ଼ୁଥିବା ଯୋଦ୍ଧା ବି ଆକ୍ରାନ୍ତ ହୋଇ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଜିଲ୍ଲାର ସାନଖେମୁଣ୍ଡି ବ୍ଲକରେ ଚା’ ଦୋକାନୀ ଠୁ ନେଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସ, ଡ୍ରାଇଭର ଆଟେଣ୍ଡାଣ୍ଟ ସମେତ ସଙ୍ଘରୋଧର ପ୍ରବାସୀଙ୍କୁ ଖାଦ୍ୟ ପରସୁଥିବା ରୋଷେୟା ଏବଂ ପରିବାର ଆକ୍ରାନ୍ତ ହେବା ପରେ ସାନଖେମୁଣ୍ଡି ଆଡପଡା ଖଲିଙ୍ଗି କଙ୍କରଡ଼ା ଅଞ୍ଚଳ ଭୟଭିତ ଅବସ୍ଥାରେ ମେଡିକାଲକୁ ମଧ୍ୟ କେହି ରୋଗୀ ଆସୁନାହାନ୍ତି ।

ଏଭଳି ଅବସ୍ଥାରେ ଜଣେ ସାହସୀ କରୋନା ଯୋଦ୍ଧା ତଥା ଆଡପଡା ପଞ୍ଚାୟତର ଯୁବ ସରପଞ୍ଚ ନୀଳମାଧଵ ରାଉତ ନିଜ ପଞ୍ଚାୟତରେ ଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସମେତ ପଞ୍ଚାୟତ ଏବଂ ସଙ୍ଘରୋଧ କେନ୍ଦ୍ରକୁ କାନ୍ଧରେ ସାନିଟାଇଜ ମେସିନ ଧରି ବୁଲି ବୁଲି ସାନିଟାଇଜ କରିଛନ୍ତି ।

ଅଞ୍ଚଳର ହଜାର ହଜାର ଲୋକେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଡାକ୍ତରଖାନାରୁ ପଜିଟିଭ ବାହାରିବା ଫଳରେ ସମସ୍ତେ ଭୟଭୀତ ସହ ଋତୁ ପରିବର୍ତ୍ତନରୁ ବହୁ ଗ୍ରାମର ଲୋକେ ଏବେ ଜ୍ୱର ଥଣ୍ଡା କାଶରେ ଆକ୍ରାନ୍ତ ଥିବା ବେଳେ ମେଡିକାଲକୁ ଆସୁନାହାନ୍ତି ଏହି ସମୟେ ସରପଞ୍ଚ ନିଜେ ସାହସ ଜୁଟାଇ କରିଛନ୍ତି ସାନିଟାଇଜ୍‌ । ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ  ବିଭିନ୍ନ ମହଲରେ ପ୍ରସଂସା କରାଯାଇଛି ।

ରାଜ୍ୟରେ ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

Leave a Reply