ରାଜ୍ୟରେ ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

death toll rises to 14 in odisha

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସବୁଦିନଠାରୁ ଆଜି କରୋନା ପଜିଟିଭ୍‌ ସଂଖ୍ୟା ଅଧିକ ରହିଛି। ୫ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ପଜିଟିଭ୍‌ ସଂଖ୍ୟା ୫୧୬୦ରେ ପହଞ୍ଚିଛି । ଆଜି ବରଗଡ଼ ଓ ଗଞ୍ଜାମରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଆଜି କ୍ୱାରେଣ୍ଟାଇନରୁ ୨୭୨, ଲୋକାଲ୍‌ କେସ୍‌ ୩୨, ଚିହ୍ନଟ ହୋଇଛନ୍ତି । ୨୧ ଜିଲ୍ଲାରୁ ୩୦୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ସର୍ବାଧିକ ୪୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ପୁଣି ୩୦୪ ସଂକ୍ରମିତ ଚିହ୍ନଟ

ପୂର୍ବରୁ ଖୋର୍ଦ୍ଧାରୁ ଜଣେ, ଭୁବନେଶ୍ୱରରୁ ୩ଜଣ, କଟକ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରେ ୬ ଜଣ ଓ ପୁରୀରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ବରଗଡ଼ ଓ ଗଞ୍ଜାମରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବରଗଡ ଜିଲ୍ଲାର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୭୬ ବର୍ଷୀୟ ବୃଦ୍ଧ ଜଣକ ଡାଇବେଟିସ୍ ରୋଗରେ ମଧ୍ୟ ପୀଡିତ ଥିଲେ । ସେ ଏନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସେହିଭଳି ଗଞ୍ଜାମର ୪୯ ବର୍ଷୀୟ ମୃତକ ଜଣକ ଏକାଧିକ ରୋଗରେ ପୀଡିତ ଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

Leave a Reply