ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ ଆଉ କେତେ ରହିଲେ ସକ୍ରିୟ

1 min read
Corona Update, 143 more corona Patient Recovered In Odisha.

ରାଜ୍ୟରେ ଆଉ ୧୪୩ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୧୪୩ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ୩୮୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହି ୧୪୩ ମଧ୍ୟରେ ଗଜପତିରୁ ୧୮ ଜଣ ରହିଥିବା ବେଳେ ବରଗଡ଼ରୁ ୧୫ ଜଣ, ମାଲକାନଗିରିରୁ ୧୫ ଜଣ, ପୁରୀରୁ ମଧ୍ୟ ୧୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବଲାଙ୍ଗିରରୁ ୧୨ ଜଣ, କଟକରୁ ୧୦ ଜଣ, ଖୋର୍ଦ୍ଧାରୁ ୯ ଜଣ, ମୟୁରଭଞ୍ଜରୁ ୮ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡ଼ାରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଢ଼େଙ୍କାନାଳ ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖାଲି ସେତିକି ନୁହେଁ ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି କନ୍ଧମାଳନ ଓ କେନ୍ଦୁଝରରୁ ମଧ୍ୟ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ସୁନ୍ଦରଗଡ଼ରୁ ସୁସ୍ଥ ହୋଇଛନ୍ତି ।

ତେବେ ରାଜ୍ୟରେ ଏବେ ସୁଦ୍ଧା ୫,୩୦୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ସେଥିମଧ୍ୟରୁ ୩,୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୧୯ଟି ମାମଲା ଏବେ ସକ୍ରିୟ ରହିଛି । ଅନ୍ୟପଟେ ୧୫ରୁ ଅଧକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Leave a Reply