IPL 2020 : ଡିଭିଲିୟର୍ସଙ୍କ ଧୁଆଁଧାର ବ୍ୟାଟିଂ, କୋଲକତାକୁ ହରାଇଲା ବିରାଟଙ୍କ ଚ୍ୟାଲେଞ୍ଜର୍ସ

ଶାରଜା :  ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) କୋଲକତା ନାଇଟ ରାଇଡ୍ରସ(କେକେଆର)କୁ ୮୨  ରନରେ ପରାସ୍ତ କରିଛି ।  ଆରସିବି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୧୯୫ ରନକୁ ପିଛା କରି କେକେଆର ମାତ୍ର ୧୧୨ ରନ୍ କରିବାକୁ ସମର୍ଥ ହୋଇଥିଲା ।  ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ ବାହିନୀଙ୍କ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଓପନିଂ ଆସିଥିବା ଆରୋନ ଫିଞ୍ଚ ୩୭ ବଲରୁ ୪୭ ରନ ସଂଗ୍ରହ କରିଥିଲେ ।

ସେ ମୋଟ ୪ ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ସେହିପରି ପାଡିକଲ ୨୩ ବଲରୁ ୩୨ ରନ ସଂଗ୍ରହ କରିଥିଲେ । ସେ ମଧ୍ୟ ଫିଞ୍ଚଙ୍କ ପରି ୪ ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ଅଧିନାୟକ ଗୋଟିଏ ଚୌକା ସହ ୩୩ ରନ କରିଥିଲେ । ଲଗାତର ତୃତୀୟ ଥର ପାଇଁ ସେ ନଟଆଉଟ ରହିଥିଲେ ।

ବିରାଟ ୩୩ ରନ ସଂଗ୍ରହ ପାଇଁ ୨୮ ବଲର ସହଯୋଗ ନେଇଥିଲେ । ବାଙ୍ଗାଲୋର ପକ୍ଷରୁ ସର୍ବାଧିକ ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଏବି ଡିଭିଲିୟର୍ସ । ସେ ମାତ୍ର ୩୩ ବଲରୁ ୭୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ୫ ଚୌକା ଏବଂ ୬ ଛକା ସାମିଲ ରହିଥିଲା  । ସେହିପରି କୋଲକତା ପକ୍ଷରୁ ଏମ ପ୍ରସିଦ୍ଧ କ୍ରିଷ୍ଣା ଏବଂ ରସେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

Leave a Reply