ସୌରମଣ୍ଡଳରେ ଘଟିବ ଏମିତି ଅଦ୍ଭୁତ ପୂର୍ଣ୍ଣ ଘଟଣା, ଆପଣ ଦେଖିପାରିବେ ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥାତ୍ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବ ଏବଂ ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିବ । ମଙ୍ଗଳବାରରେ ମଙ୍ଗଳ ଗ୍ରହ ପୃଥିବୀର ନିକଟତମ ହେବ  । ଏବଂ ତାର ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁ ଥିବାର ଦେଖିବାକୁ ମିଳିବ । ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ ପୁସ୍ତକର ଲେଖକ ଗୁରୁମିତ ବେଦୀ କହିଛନ୍ତି ଯେ, ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦିନ ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ହେବ ଏବଂ ପୃଥିବୀ, ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ଅବସ୍ଥିତ ହେବ ।

ଏହାସହ ପୃଥିବୀ ଏବଂ ସୂର୍ଯ୍ୟ ସହିତ ମଙ୍ଗଳ ଏକ ସମାନ୍ତରଳ ଭାବେ ରହିବ । ଗୁରୁମିତ ବେଦୀଙ୍କ ଅନୁଯାୟୀ, ଯେଉଁମାନେ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟକୁ ଦେଖିବାରୁ ବଞ୍ଚିତ ରହିବେ, ସେମାନଙ୍କୁ ଆଉ ୧୫ବର୍ଷ ଅପେକ୍ଷା କରିବାକୁ ପଡିବ ଏବଂ ଏ ଦୃଶ୍ୟ ପୁଣି ୧୧ ସେପ୍ଟେମ୍ବର ୨୦୩୫ରେ ଦେଖାଯିବ । ମଙ୍ଗଳବାର ଦିନ ଆପଣ ନିଜ ଆଖିରେ ମଙ୍ଗଳ ଗ୍ରହକୁ ଦେଖିପାରିବେ । ଗୁରୁମିତ ବେଦୀ କହିଛନ୍ତି ଯେ, ସବୁଠାରୁ ଚମତ୍କାର ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ହେବ ଯେତେବେଳେ ମଙ୍ଗଳବାର ସନ୍ଧ୍ୟାରେ ପଶ୍ଚିମ ଦିଗରେ ସୂର୍ଯ୍ୟ ଅସ୍ତ ହେବ, ଏବଂ ମଙ୍ଗଳ ପୂର୍ବରେ ଉଦୟ ହେବ।

ଗୁରୁମିତ ବେଦୀଙ୍କ ଅନୁଯାୟୀ, ବୈଜ୍ଞାନିକ ଭାଷାରେ ଏହି ଘଟଣାକୁ ମାର୍ସ ଆଟ ଅପୋଜିସନ କୁହାଯାଇଥାଏ । ଜ୍ୟୋତିର୍ବିଜ୍ଞାନ  ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ, ପୃଥିବୀ ଏବଂ ମଙ୍ଗଳ ଗ୍ରହର ତିନୋଟି ଗ୍ରହର ଏକ ସରଳ ରେଖାରେ ରହିବା ଏକ ଅଦ୍ଭୁତ ଘଟଣା । ମଙ୍ଗଳ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ ଗତି କରିବ ଏବଂ ଯଦି ଆପଣଙ୍କର ଟେଲିସ୍କୋପ ଅଛି ତେବେ ଆପଣ ଏହି ବିରଳ ଦୃଶ୍ୟର ସାମାନ୍ୟ ଝଲକ ପାଇପାରିବେ ।

Leave a Reply