ଆମେରିକା ଆଣୁଛି ନୂଆ ଟ୍ରାନ୍ସପୋର୍ଟ ସିଷ୍ଟମ, ବିଶ୍ୱର ଯେ କୌଣସି ସ୍ଥାନରେ ଘଣ୍ଟାକରେ ପହଞ୍ଚିବ ଯୁଦ୍ଧାସ୍ତ୍ର

1 min read
Spacex To Develop High Speed Rocket To Transport US Army Weapons

ୱାଂଶିଟନ୍: ସୁପର ପାୱାର ଆଣୁଛି, ସୁପର ସିଷ୍ଟମ । ଡ୍ରାଗନକୁ ମାତ୍ ଦେବାକୁ ଆମେରିକାର ନୂଆ ପ୍ଲାନ୍ । ସୈନ୍ୟ ଶକ୍ତି ବଢ଼ାଇବାକୁ ଆମେରିକା ଘୋଷଣା କରିଛି । ଆମେରିକା ନୌସେନା ବ୍ୟାଟେଲ ଫୋର୍ସ ୨୦୪୫ ଘୋଷଣା କରିବା ପରେ ଆମେରିକା ନୌସେନା ଟ୍ରାନ୍ସପୋର୍ଟ ସିଷ୍ଟମ ମଜଭୁତ କରିବାକୁ ନିଷ୍ପତ୍ତି ନେଇଛି । ଆମେରିକା ସେନା ଆମେରିକର ଘରୋଇ ଅନ୍ତରୀକ୍ଷ ଏଜେନ୍ସ ସ୍ପେସଏକ୍ସ ସହ ମିଶି ଏମିତି ଏକ ରକେଟ ନିର୍ମାଣ କରୁଛି ଯାହା ଦୁନିଆର ଯେ କୌଣସି ସ୍ଥାନକୁ କେବଳ ୬୦ ମିନିଟରେ ଅସ୍ତ୍ରଶସ୍ତ୍ର ସହ ପହଞ୍ଚି ପାରିବ । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ କିଛିଦିନ ପୂର୍ବରୁ ଏଲନ ମସ୍କ ସ୍ପେସଏକ୍ସ ସହିତ ମିସାଇଲ୍ ଟ୍ରାକିଂ ସାଟେଲାଇଟ୍ ତିଆରି ପାଇଁ ୧୪୯ ମିଲିୟନ ଡଲାରର ଚୁକ୍ତି କରିଥିଲା ।

Spacex To Develop High Speed Rocket To Transport US Army Weapons

ବୁଧବାର ଅନୁଷ୍ଠିତ ଏକ ଭର୍ଚୁଆଲ ବୈଠକରେ ୟୁଏସ୍ ଟ୍ରାନ୍ସପୋର୍ଟ କମାଣ୍ଡର ପ୍ରମୁଖ ଜେନରାଲ ଷ୍ଟିଫେନ ଲିୟୋନ୍ସ ନୂଆ ଚୁକ୍ତିନାମାକୁ ସାର୍ବଜନୀନ କରିଥିଲେ । ଜେନରାଲ ଲିୟୋନ କହିଥିଲେ- ସ୍ପେସଏକ୍ସ ଏବେ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଟେକ୍ନିକାଲ ଆହ୍ୱାନ ଓ ଖର୍ଚ୍ଚର ଆକଳନ କରିବ । ଏହି ଟେକ୍ନୋଲଜିର ପ୍ରାରମ୍ଭିକ ପରୀକ୍ଷଣ ୨୦୨୧ରେ ଆୟୋଜିତ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।

ମିଲିଟାରୀର ଏୟାର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସି-୧୭ ଗ୍ଲୋବମାଷ୍ଟର ଗୋଟିଏ ଥରେ ଯେତିକି ଓଜନ ବୋହି ପାରିବ ସେହି ଓଜନକୁ ଘଣ୍ଟାଏ ମଧ୍ୟରେ ଦୁନିଆର କୌଣସି ସ୍ଥାନରେ ମଧ୍ୟ ପହଞ୍ଚାଇ ପାରିବ । ଆମେରିକା ବାୟୁସେନାର ଅଫିସିଆଲ୍ ୱେବସାଇଟ୍ ସୂଚନା ପ୍ରକାରେ ସି-୧୭ ଗ୍ଲୋବମାଷ୍ଟର ୭୪ ହଜାର କିଲୋଗ୍ରାମରୁ ଅଧିକ ଭାରି ସାମଗ୍ରୀ ବହନ କରିବାର କ୍ଷମତା ରଖିଛି ।

Spacex To Develop High Speed Rocket To Transport US Army Weapons

ସି-୧୭ ଗ୍ଲୋବମାଷ୍ଟର ଆମେରିକା ଏୟାରଫୋର୍ସର ସବୁଠୁ ମଜଭୁତ୍ ଓ ଭରସାଯୋଗ୍ୟ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଅଟେ । ଭାରତ ପାଖରେ ଏଭଳି ୧୦ଟି ଏୟାରକ୍ରାଫ୍ଟ ରହିଛି । ଏହି ଏୟାରକ୍ରାଫ୍ଟର ମୂଲ୍ୟ ୨୧୮ ମିଲିୟନ ଡଲାର । ଯାହାକି ଘଣ୍ଟାପ୍ରତି ସର୍ବାଧିକ ୯୪୯ କିଲୋମିଟର ବେଗରେ ଉଡ଼ିପାରେ ।

ସି-୧୭ ଗ୍ଲୋବମାଷ୍ଟର ତୁଳନାରେ ସ୍ପେସଏକ୍ସ ଏକ ହାଇସ୍ପିଡ୍ ରକେଟ ନିର୍ମାଣ ଉପରେ କାମ କରୁଛି । ଯାହାକି ଘଣ୍ଟାପ୍ରତି ୧୨ ହଜାର ୭୦ କିଲୋମିଟର ଉଡ଼ିବାକୁ ସକ୍ଷମ ହେବ । ଏହାର ଅର୍ଥ ଏହି ରକେଟ ସି-୧୭ ଗ୍ଲୋବମାଷ୍ଟର ସମକକ୍ଷ କାର୍ଗୋକୁ ଉଠାଇ ଆମେରିକାର ଫ୍ଲୋରିଡାରୁ ଆଫଗାନିସ୍ତାନ ପହଞ୍ଚିବାକୁ ଘଣ୍ଟାଏ ସମୟ ନେବ ।

Leave a Reply