ଖୁବ୍‌ଶୀଘ୍ର ପରୀ ହତ୍ୟା ମାମଲାରେ ପଡ଼ିବ ପୁର୍ଣ୍ଣଛେଦ, ଧରାହେବ ଅଭିଯୁକ୍ତ

1 min read
Pari Case

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଖୁବ୍‌ଶୀଘ୍ର ପଡ଼ିବ ପୁର୍ଣ୍ଣଛେଦ । ଚିହ୍ନଟ ହୋଇସାରିଛି ମୁଖ୍ୟ ଅଭିଯୁକ୍ତ । କୌଣସି ମୁହୁର୍ତ୍ତରେ ବି ଗିରଫ ହୋଇପାରେ ଅଭିଯୁକ୍ତ । ମାମଲାର ଖୁବ୍‌ଶୀଘ୍ର ହେବ ଖୁଲାସା ।‌

ସୂଚନାଯୋଗ୍ୟ, ଜୁଲାଇ ୧୪ରେ ନିଖୋଜ ହୋଇଥିଲା ପରୀ । ୨୩ରେ ଉଦ୍ଧାର ହୋଇଥିଲା ତାର ମୃତଦେହ । ୩୪ ସନ୍ଦିଗ୍ଧଙ୍କୁ SIT ପକ୍ଷରୁ ପଚରାଉଚରା ହୋଇଥିଲା । ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିଥିଲା ଏସ୍‌ଆଇଟି । ଅନ୍ୟପଟେ ଶନିବାର ସରୋଜ, ତାଙ୍କ ମା’ ଓ ଭଉଣୀଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରିଥିଲା ଏସଆଇଟି ।

ସେପଟେ ପରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ବିଜେପିକୁ ଟାର୍ଗେଟ କରିବା ସହ ଆତ୍ମନିରୀକ୍ଷଣ କରିବାକୁ ଦେଇଛନ୍ତି ପରାମର୍ଶ । କହିଛନ୍ତି ପରୀ ହତ୍ୟା ପ୍ରସଙ୍ଗରେ ମାଇଲେଜ ନେବାକୁ ବିଜେପି ହୀନ ରାଜନୀତି କରୁଛି ।

SIT ତଦନ୍ତ ଚାଲିଛି । ହେଲେ ବିଜେପି ପରୀ ମାମଲାକୁ ରାଜନୀତିର ପଶାପାଲିକୁ ବାରମ୍ବାର ଟାଣି କଣ ଦର୍ଶାଇବାକୁ ଚାହୁଛି ବୋଲି ପିନାକୀ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଶାସିତ ରାଜ୍ୟରେ ଉନ୍ନାଓ ଓ ହାଥରସ୍‌ ଭଳି ଘଟଣା ଘଟିଲା । ସରକାରଙ୍କ ନିଷ୍କ୍ରିୟତା ପର୍ଦ୍ଦାଫାସ ହୋଇଯିବା ଭୟରେ ସେତେବେଳେ ଘଟଣାସ୍ଥଳକୁ ସାମ୍ବାଦିକ କିମ୍ବା ବିରୋଧୀ ରାଜନେତାଙ୍କୁ ଛାଡିନଥିଲା ବିଜେପି ସରକାର ।

Leave a Reply