ସ୍କାଏ କିଙ୍ଗ୍‌ ଠକେଇ ମାମଲା, ସରିଲା ଆକାଶଙ୍କ ରିମାଣ୍ଡ

1 min read
Vigilance Court Granted Conditional Bail To Abhaykant Pathak And His Son

ଭୁବନେଶ୍ୱର: ସ୍କାଏ କିଙ୍ଗ୍‌ ଠକେଇ ମାମଲା । ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ । ରିମାଣ୍ଡ ବେଳେ ସତ ଓଗାଳିଛନ୍ତି ଜୁନିଅର ପାଠକ୍‌ । ତଦନ୍ତ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ଉଦ୍ଦେଶ୍ୟ ରଖି ରିମାଣ୍ଡ ଅଣାଯାଇଥିଲା ତାହା ସଫଳ ହୋଇଛି । ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆକାଶ, ସତ ମାନିଛନ୍ତି ଜୁନିଅର ପାଠକ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଆକାଶ ଇନ୍ ପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ ଯୋଜନା କରିଥିବା ସୂଚନା ମିଳିଛି । ପାଠକ ପୁଅକୁ ରିମାଣ୍ଡର ଅନ୍ତିମ ଦିନରେ ସ୍ପେଶାଲ୍ ଟିମ୍‌ର ଘନ ଘନ ଜେରା କରାଯାଇଛି । ସ୍କାଏ କିଙ୍ଗ ଠକେଇର ଅସଲ କଥା କହିଛନ୍ତି ନକଲି ଏମ୍‌ଡି ଆକାଶ ପାଠକ । ଟାଟା କମ୍ପାନୀର ଏମ୍‌ଡି ନଥିବା ଆକାଶ ସ୍ୱୀକାର କରିଛନ୍ତି । କେବେ କେଉଁ ହୋଟେଲ ଓ ଫ୍ଳାଇଟ ବୁକ୍‌ କରିଥିଲେ, ଗୋଟି ଗୋଟି ତଥ୍ୟ ଦେଇଛନ୍ତି ଆକାଶ । ସ୍କାଏକିଙ୍ଗ୍‌ ସହ ନେଣଦେଣ କରିଥିବା କଥା ମଧ୍ୟ ସେ ମାନିଛନ୍ତି । ସ୍କାଏ କିଙ୍ଗ୍‌ର ଅଭିଯୋଗକୁ ମଧ୍ୟ ସତ ବୋଲି କହିଛନ୍ତି ଆକାଶ ।

କେବଳ ସେତିକି ନୁହେଁ, କେମିତି ଟାଟା କମ୍ପାନୀର ଲୋଗୋକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିଲା ନକଲି ନିଯୁକ୍ତି । ଠକେଇ ଟଙ୍କାରେ କିଏ କିଏ ଚାର୍ଟର ପ୍ଳେନ୍‌ରେ ବୁଲୁଥିଲ ? ୨ କୋଟି ୬୭ ଲକ୍ଷ ଟଙ୍କା ବିଜନେସ୍‌ ଡିଲ୍‌ର ସୋର୍ସ୍ କଣ ? ସ୍କାଏକିଙ୍ଗ୍ ଭଳି ଅନ୍ୟ କୌଣସି ଟ୍ରାଭେଲ୍‌ ଏଜେନ୍ସିକୁ ଚୂନା ଲଗେଇଛ କି ? ଏସବୁର ଉତ୍ତର ଖୋଜୁଛି କମିଶନରେଟ୍ ପୋଲିସ୍ ।

ସେପେଟ କ୍ରାଇମବ୍ରାଞ୍ଚ ହାତରେ ପି-ସିଣ୍ଡିକେଟର ଦୁର୍ନୀତି ଦସ୍ତାବିଜ୍‌ । ୩୬୦ ଡିଗ୍ରୀ ତଦନ୍ତ କରି ତଥ୍ୟ ଓ ପ୍ରମାଣ ଯୋଗାଡ଼ ଚାଲିଛି । ଆକାଶଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଡେଭିଡ୍‌ ପିଟର ଖୋଲିଥିଲେ ପାଠକ-ପାଣିଗ୍ରାହୀଙ୍କ ଠକେଇର ଗୁମର । ସେପଟେ ଇଡି ମଧ୍ୟ ମାମଲା ରୁଜୁ କରି ବେନାମୀ ଅର୍ଥ କାରବାର ଲିଙ୍କର ଛାନଭିନ୍‌ କରୁଛି । କମିଶନରେଟ୍‌ ପୋଲିସର ରିମାଣ୍ଡ ଅବଧି ସରିବା ପରେ, ଠକମାନଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଜେରା ବେଳେ ଏହି ସିଣ୍ଡିକେଟର ଅନ୍ୟ ସହଯୋଗୀ ବନ୍ଧା ହୋଇ ପାରନ୍ତି ବୋଲି ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି ।ଟାଟା କମ୍ପାନୀରେ ମିଛ ଚାକିରି ମାମଲାରେ ଆକାଶ ପାଠକ, ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ବର ରାଓଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

Leave a Reply