ପରୀ ପ୍ରସଂଗରେ ବିଜେପିକୁ ଟାର୍ଗେଟ କଲେ ଦାମ: କହିଲେ, ରାଜେନୖତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ଦଳ

ଭୁବନେଶ୍ୱର: ‘ପରୀ’ ପ୍ରସଙ୍ଗରେ ଆରମ୍ଭ ହେଲା ବିଜେପିର ଆଉ ଏକ ମେଗା ସୋ’ । ପରୀକୁ ନ୍ୟାୟ ଦେବା ଆଳରେ ୫ ଦିନିଆ ପଦଯାତ୍ରା ଆରମ୍ଭ କଲା ବିଜେପି ।  ହାଥରସରେ ବିଜେପିର ଏଜେଣ୍ଡା ଅଲଗା ଥିବାବେଳେ ଓଡିଶାରେ ଶସ୍ତା ରାଜନୀତି କରିବାକୁ ପଛାଇନାହିଁ ଦଳ । ବିଜେପି ପଦଯାତ୍ରାକୁ କଟାକ୍ଷ କଲେ ବରିଷ୍ଠ ନେତା ଦାମ ରାଉତ । ଲିଙ୍ଗରାଜ ମନ୍ଦିର ସାମ୍ନାରେ ବିଜେପିର ନାଟକବାଜି । ପରୀ ପାଇଁ ପଦଯାତ୍ରା କରିବା ପାଇଁ ଏକାଠି ହେଲେ କର୍ମୀ ଓ ନେତା । ବାହାସ୍ଫୋଟ ମାରିଲେ, ନିଜ ଗୁଣଗାନ ବି କଲେ । ନିର୍ବାଚନ ସଭା ଭଳି ଚାଲିଲା ବଡ଼ ବଡ଼ ଭାଷଣ । ଆଉ ଏହା ପରେ ପଦଯାତ୍ରାରେ ବାହାରିଲେ ନେତା ଓ କର୍ମୀ । ଭୁବନେଶ୍ୱରରୁ ଯଦୁପୁର ବାହାରିଲା ପଦଯାତ୍ରା । ହାଥରସରେ ବିଜେପିର ଏଜେଣ୍ଡା ଅଲଗା ଥିବାବେଳେ ଓଡିଶାରେ ଶସ୍ତା ରାଜନୀତି କରିବାକୁ ପଛାଇନାହିଁ ଦଳ । ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଚିଇଁକି ଉଠୁଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ଓଲଟା ଗଣମାଧ୍ୟମ ଉପରେ ବର୍ଷୁଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ହାଥ୍‌ରସ୍ କଥା ପଚାରିବାରୁ କଥା ବୁଲାଇଲେ ଲେଖାଶ୍ରୀ।

ଅନ୍ୟ ପକ୍ଷରେ ପରୀ ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦାମ ରାଉତ । ବିଜେପିର ଶସ୍ତା ରାଜନୀତି ତଦନ୍ତକୁ ବାଧା ସୃଷ୍ଟି କରୁଛି ବୋଲି ସେ ମତ ରଖିଛନ୍ତି । ରାଜନୈତିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛି ବିଜେପି । ପରୀ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି , ତଦନ୍ତ ଚାଲିଛି । ତଦନ୍ତ ନସରୁଣୁ ବିଜେପି କୁମ୍ଭୀର କାନ୍ଦଣା କାହିଁକି କାନ୍ଦୁଛି ପ୍ରଶ୍ନ କରିଛନ୍ତି ଦାମ ରାଉତ । ବିଜେପିର ପଦଯାତ୍ରା ହେଉଛି ପଲିଟିକାଲ ଧୂଆଁବାଣ । ପ୍ରକୃତ ଦୋଷୀ ଧରିବାକୁ ସରକାରଙ୍କୁ ସହଯୋଗ କରନ୍ତୁ , ଶସ୍ତା ରାଜନୀତି ନକରନ୍ତୁ ବୋଲି କହିଲେ ଦାମୋଦର ରାଉତ ।

ଏଥିସହିତ ପଢ଼ନ୍ତୁ: ଖୁବ୍‌ଶୀଘ୍ର ପରୀ ହତ୍ୟା ମାମଲାରେ ପଡ଼ିବ ପୁର୍ଣ୍ଣଛେଦ, ଧରାହେବ ଅଭିଯୁକ୍ତ

ବିଜେପିର ଏହି ପଦଯାତ୍ରାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପଦଯାତ୍ରା କଲେ ନ୍ୟାୟ ମିଳେନି , ବରଂ ଆଇନ ଅନୁଯାୟୀ ବିଚାର ହେବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ କହିଛନ୍ତି । ରାଜ୍ୟ ତଦନ୍ତକାରୀ ଦଳ ଏହି ଘଟଣାର ତଦନ୍ତ କରୁଛି ।  ଏଭଳି ବିରୋଧ ତଦନ୍ତକାରୀ ଦଳକୁ  ସମସ୍ୟାରେ ପକାଇବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

Leave a Reply