ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ବ୍ରହ୍ମପୁର: ଲକ୍‌ଡାଉନ୍‌ ସମୟରେ ରାଜ୍ୟ ବାହାରେ ରହୁଥିବା ଲୋକେ ଏବେ ଘର ମୁହାଁ ହୋଇଛନ୍ତି । ପୁଣି ଜଳପଥ ଦେଇ ପ୍ରବାସୀ ଓଡ଼ିଆ ଫେରିଛନ୍ତି ଓଡ଼ିଶା । ଖବର ପାଇ ସମୂଦ୍ରକୂଳରେ ପହଞ୍ଚିଲା ପ୍ରଶାସନ । ପୂର୍ବରୁ ମଧ୍ୟ ଏଭଳି ଏକ ଟ୍ରଲର ମାଧ୍ୟମରେ ଓଡ଼ିଶାରେ ପହଞ୍ଚିଛନ୍ତି ୨୭ ପ୍ରବାସୀ ଓଡ଼ିଆ । ସେମାନଙ୍କୁ ଚିହ୍ନଟ ହେବା ପରେ କ୍ୱାରେଣ୍ଟାଇନ୍‌ରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ।

 ଆନ୍ଧ୍ରପ୍ରଦେଶ ଓ ଚେନ୍ନାଇରୁ ୩ଟି ଡଙ୍ଗାରେ ଓଡ଼ିଶା ଆସୁଛନ୍ତି  ପ୍ରବାସୀ ଓଡ଼ିଆ । ବିପଦ ସଙ୍କୁଳ ଅବସ୍ଥାରେ ଭୋକ ଉପାସରେ ଅଧିକ ଖର୍ଚ୍ଚାନ୍ତ ହୋଇ ଏହି ପ୍ରବାସୀ ଓଡ଼ିଆମାନେ ଘରକୁ ଫେରୁଥିବା ଜଣାପଡ଼ିଛି । ତିନୋଟି ବୋଟ୍ ଭିତରୁ ଗୋଟିଏ  ଆଜି ‌ ଚେନ୍ନାଇରୁ ଗଞ୍ଜାମର ପାତିସୁନାପୁରରେ ପହଞ୍ଚିଛି । ଯେଉଁଥିରେ ୨୭ ଜଣ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି । ଏମାନଙ୍କ ଆସିବା ଖବର ଶୁଣି ଗଞ୍ଜାମ ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏବେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ୧୪ ଦିନ ଏମାନେ କ୍ୱାରେଣ୍ଟାଇନରେ ରହିବା ପରେ ନିଜ ନିଜ ଘରକୁ ଯାଇପାରିବେ । ଡଙ୍ଗାଟି ଏପ୍ରିଲ ୨୦ରେ ଚେନ୍ନାଇ ଉପକୂଳରୁ ଯାତ୍ରା ଆରମ୍ଭ କରିଥିଲା । ଡଙ୍ଗାରେ ପାତିସୁନାପୁର ଗାଁର ୨୮ ଜଣ, ରାମେୟାପାଟଣା ୪ଜଣ, ଆନ୍ଧ୍ରପ୍ରଦେଶର ୬ ଜଣ ଲୋକ ଥିବା ଜଣା ପଡିଛି । ଅନ୍ୟପଟେ ବୋଟ ଲାଗିବା ଖବର ଶୁଣି ସ୍ଥାନୀୟ ଲୋକେ ବହୁ ସଂଖ୍ୟାରେ କୂଳରେ ଭିଡ଼ ଜମାଇଥିଲେ । ଫଳରେ ସାମାଜିକ ଦୂରତା ବ୍ୟାହତ ହୋଇଥିଲା । ପ୍ରଶାସନ ମଧ୍ୟ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଳମରେ ୩ ଜଣ ପଜିଟିଭ ବାହାରିଥିବା ବେଳେ ଉକ୍ତ ସମୁଦ୍ର ପଥ ଦେଇ ଆସୁଥିବା ହେତୁ ସ୍ଥାନୀୟ ଲୋକଙ୍କ ମନରେ ଭୟ ରହିଛି ।

Leave a Reply