ରାଜ୍ୟରେ ୧୦୩ ଛୁଇଁଲା କରୋନା ପଜିଟିଭ୍‌ ସଂଖ୍ୟା… ସୁନ୍ଦରଗଡରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ରାଜ୍ୟରେ ନୂଆ ୩ କରୋନା ପଜିଟିଭ ଚିହ୍ନଟ ।  ଓଡିଶାରେ ମୋଟ ୧୦୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ୩ ଜଣ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଆସିଛି । ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଜଣେ ୨୩ ବର୍ଷୀୟ ଯ଼ୁବକ, ଜଣେ ୬୦ ବର୍ଷୀୟ ବ୍ୟକ୍ତି ଓ ଜଣେ ୫୭ ବର୍ଷୀୟ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ, ଅନ୍ୟ ଜଣେ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଗତ କାଲି ଯାଜପୁର ଜିଲ୍ଲାରୁ ଚିହ୍ନଟ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮ରେ ପହଞ୍ଚିଛି । ଏଥିସହିତ ଯାଜପୁର ପାଲଟିଛି ନୂଆ ହଟସ୍ପଟ । ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫୨ ବର୍ଷୀୟ ପୁରୁଷ, ୨୩ ବର୍ଷୀୟ ପୁରୁଷ, ୪୯ ବର୍ଷୀୟ ପୁରୁଷ, ୫୭ ବର୍ଷୀୟ ପୁରୁଷ, ୩୯ ବର୍ଷୀୟ ପୁରୁଷ ଏବଂ ୫୦ ବର୍ଷୀୟ ପୁରୁଷ । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ  ଅଂଚଳରୁ ଫେରିଛନ୍ତି ବୋଲି ଜଣାପଡିଥିଲା   । ବର୍ତ୍ତମାନ ରାଜ୍ୟରେ ମୋଟ ୬୫ ଟି ଆକ୍ଟିଭ ମାମଲା ରହିଥିବା ବେଳେ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply