ବିଧି ରକ୍ଷା କରିବାକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: କରୋନା ସଂଘର୍ଷ ଭିତରେ ଅକ୍ଷୁର୍ଣ୍ଣ ରହିବ କାଳିଆ ସଂସ୍କୃତି । ବିଧି ରକ୍ଷା କରିବାକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଛନ୍ତି । ଦେଉଳ ଭିତରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା କରିବାକୁ ମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିର ମେଘନାଥ ପାଚେରୀ ଭିତରେ ଉପଯୁକ୍ତ ସ୍ଥାନ ଚିହ୍ନଟ ପୂର୍ବକ ବିଧି ରକ୍ଷା ପାଇଁ ପରାମର୍ଶ ଦେଲେ ଜଗଦଗୁରୁ । ତେବେ ନୀତି ପାଳନ କରିବାକୁ ଥିବା ସେବାୟତଙ୍କ ଅନୁପସ୍ଥିତି ଯୋଗୁଁ ଆସନ୍ତକାଲି ପୁଣି ବସିବ ବୈଠକ । ନିଯୋଗ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ସେ ଆହୁରି କହିଛନ୍ତି, କୌଣସି ବି ଧର୍ମାନୁଷ୍ଠାନର ବାହାରେ ଯାତ୍ରା ହୋଇପାରିବ ନାହିଁ । ଏଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ଗାଇଡଲାଇନ୍‌ର ବିନା ଉଲ୍ଲଘଂନରେ ଅନୁଷ୍ଠିତ ହେବ ଅକ୍ଷୟ ତୃତୀୟା ବିଧି । ଏଥିସହିତ ଶ୍ରୀମନ୍ଦିର ଭିତରେ ହିଁ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଆମେ ଚାହୁଁଛୁ ରଥଯାତ୍ରା ହେଉ, ମେ’ ୩ ତାରିଖ ଯାଏଁ ଶ୍ରୀମନ୍ଦିର ଭିତରେ ସବୁ ନୀତିକାନ୍ତି ହେବ । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ ।

Leave a Reply