ଲଭ-ଜେହାଦୀକୁ ନେଇ ମଞ୍ଚରେ ଗର୍ଜିଲେ ଶିବରାଜ

1 min read

ଭୋପାଳ: ମଞ୍ଚରେ ଗର୍ଜିଲେ ଶିବରାଜ । ଲଭ-ଜେହାଦୀକୁ ନେଇ ଦେଲେ ଖୁଲମଖୋଲା ଧମକ । ସରକାର ସଭିଙ୍କର । କୌଣସି ଜାତରି ଏ ସରକାର ନୁହେଁ । କିମ୍ବା କୈଣସି ଧର୍ମର । କିନ୍ତୁ ଧର୍ମକୁ ନେଇ ମଧ୍ୟପ୍ରଦେଶରେ ଖେଳ ଚଳିବନି । ଲଭ ଜିହାଦୀଙ୍କୁ ପ୍ରସୟ ଦେଉଥିବା କିମ୍ବା ପ୍ରୟାସ କରୁଥିବା ଲୋକ ମାନଙ୍କୁ ବର୍ବାଦ କରିଦିଆଯିବ ବୋଲି କହିଛନ୍ତି ଶିବରାଜ ।

ମଧ୍ୟପ୍ରଦେଶରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଧର୍ମାନ୍ତରଣ ଯେଉଁ ପ୍ରକାରର କ୍ରୁରତା ଠିକ ସେହି ପ୍ରକାରର କ୍ରୁର କାର୍ଯ୍ୟ ଲଭ-ଜିହାଦୀ । ତେଣୁ ଏଭଳି କାର୍ଯ୍ୟ କରୁଥିବା ତ୍ୱତ ମାନେ କାନ ଖୋଲି ଶୁଣିରଖ, ବର୍ବାଦ ହୋଇଯିବ ।

ସଭାରେ ଉଦବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସରକାର ସମସ୍ତଙ୍କର । ସବୁ ଜାତି ଏବଂ ସବୁ ଧର୍ମର । କାହାରି ମଧ୍ୟରେ କୈଣସି ଭେଦଭାବ ରଖିବା ସରକାରର ଉଦେଶ୍ୟ ନୁହେଁ । କିନ୍ତୁ ରାଜ୍ୟର ଝିଅ ମାନଙ୍କ ସହ କିଛି ଘଟିଲେ, ସରକାର ଛାଡିବ ନାହିଁ  । ଧର୍ମାନ୍ତରଣ କରିବାକୁ ପ୍ରୟାସ କରୁଥିବା ଗୋଷ୍ଠୀ ସତର୍କ ହୋଇଯାଅ । ଏପରି କାର୍ଯ୍ୟ କରୁଥିଲେ ତୁମକୁ ବର୍ବାଦ କରିଦିଆଯିବ ବୋଲି  ଆହ୍ୱାନ ଦେଇଛନ୍ତି ଶିବରାଜ।

Leave a Reply