ଜିଦରେ ଅଟଳ ଚାଷୀ, ୫ ରେ ବସିବ ପୁଣି ବୈଠକ

1 min read

ନୂଆଦିଲ୍ଲୀ: ସାଢେ ସାତଘଣ୍ଟାର ଆଲୋଚନା ପରେ ମଧ୍ୟ ବାହାରି ପାରିଲା ନାହିଁ ନିଷ୍କର୍ସ । ସରକାର-ଚାଷୀଙ୍କ ମଧ୍ୟରେ ବସିଥିବା ବୈଠକ ହୋଇପାରିନାହିଁ ଫଳପ୍ରଦ । ପୁଣି ଆସନ୍ତା ୫ ତାରିଖରେ ବୈଠକ ହେବା ନେଇ ଧାର୍ଯ୍ୟ ହୋଇଛି ତାରିଖ । ବିଜ୍ଞାନ ଭବନରେ ବସିଥବା ବୈଠକ ଦ୍ୱିପ୍ରହର ୧୨ ଟାରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ପୁନର୍ବାର ଆଲୋଚନା କରାଯିବା ନେଇ ତାରିଖ ଠିକ ହୋଇଛି ।

ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରତିକ୍ରିୟା ଦେଇ କହିଛନ୍ତି, ସରକାର କୃଷକଙ୍କ ସମସ୍ତ ଆଲୋଚନା ଶୁଣିବାକୁ ପ୍ରସ୍ତୁତ ରହିଛନ୍ତି । ଆଜିର ଆଲୋଚନା ମଧ୍ୟ ସକରାତ୍ମକ ରହିଛି । ଉଭୟ ଚାଷୀ ଏବଂ ସରକାର ନିଜ ନିଜର ପକ୍ଷ ରଖିଛନ୍ତି । ଚାଷୀ ନିଜ ଜିଦରେ ଅଟଳ ରହିଥିବାବେଳେ ସରକାର ଚାଷୀଙ୍କ ହିତରେ ପ୍ରତିସ୍ମୃତି ବଦ୍ଧ । ଆଜିର ବୈଠକରେ କେବଳ ଆଉ ଦୁଇ-ତିନୋଟି ବିନ୍ଦୁ ଉପରେ ଆଲୋଚନା ଅଟକିଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ସେହିପରି ସରକାର ଆଜି  ଚାଷୀ ନେତାମାନଙ୍କୁ ଖାଦ୍ୟ ଗ୍ରହଣ କରିବାକୁ କହିଥିଲେ  । କହିବା ପରେ ଚାଷୀମାନେ ଖାଦ୍ୟ ଗ୍ରହଣ କରିବାକୁ ମନା କରିଥିଲେ । ଚାଷୀ ନେତାଙ୍କର କହିବା କଥା ଯେ, ସରକାର କୃଷି ଆଇନ ଆଣି ସେମାନଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିଛନ୍ତି । ଏହା ବିରୋଧରେ ଦିଲ୍ଲୀରେ ବ୍ୟାପକ ବିକ୍ଷୋଭ ଚାଲୁଛି । ଏଭଳି ସ୍ଥିତିରେ ସରକାରଙ୍କ ଆତିଥ୍ୟ ସ୍ୱୀକାର କରିବାର ପ୍ରଶ୍ନ ଉଠୁନାହିଁ । ତେଣୁ ସରକାରଙ୍କ ପ୍ରଦତ୍ତ ଖାଦ୍ୟ ଖାଇବାର ସାମାନ୍ୟତମ ଆଗ୍ରହ ଆମମାନଙ୍କ ମଧ୍ୟରେ ନାହିଁ ବୋଲି କହିଥିଲେ ଚାଷୀ ନେତା ।

Leave a Reply