ଦୁଇ ବର୍ଷର ଅପେକ୍ଷା ପରେ ରିଲିଜ ହେଲା ମିର୍ଜାପୁର ୨ ! ଭାଇରାଲ ହେଲା ଡାଇଲଗ୍

ଦୁଇବର୍ଷର ଲମ୍ବା ଅପେକ୍ଷା ପରେ ୱେବସିରିଜ ମିର୍ଜାପୁରର ୨ୟ ଭାଗ ରିଲିଜ ହୋଇଯାଇଛି । ଏହି ୱେବସିରିଜକୁ ୨୩ଅକ୍ଟୋବରରେ ରିଲିଜ କରିବାର ଥିଲା କିନ୍ତୁ ଗୋଟେ ଦିନ ପୂର୍ବରୁ ଏହାକୁ ରିଲିଜ କରିଦିଆଯାଇଛି । ଏହାସହ ମିର୍ଜାପୁର ୨ର ସମସ୍ତ ୧୦ଟି ଏପିସୋଡ଼ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି ।

ପୂର୍ବଥର ଭଳି ଏଥର ମଧ୍ୟ ଏହି ୱେବ ସିରିଜରେ ସବୁ ଚରିତ୍ରଗୁଡ଼ିକ ଦମଦାର ଅଭିନୟ କରିଛନ୍ତି । ମୁଖ୍ୟତ କାଲିନ ଭାଇ, ମୁନ୍ନା ଭାଇ ଏବଂ ଗୁଡୁ ଭାଇ ନିଜ ନିଜ ଚରିତ୍ରକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି । ମିର୍ଜାପୁରର ପ୍ରଥମ ଭାଗର ଡାଇଲଗ ଗୁଡିକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥିଲେ । ଏହାପରେ ମିର୍ଜାପୁର ୨ ରିଲିଜ ହେବା ମାତ୍ରେ ଏହାର ଡାଇଲଗ ଗୁଡ଼ିକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସେ ମଧ୍ୟରୁ ‘ନେତା ଜି ବନନା ହେ ତୋ ଗୁଣ୍ଡେ ପାଲୋ , ଗୁଣ୍ଡେ ମତ୍ ବନୋ’ ଡାଇଲଗଟି ପ୍ରଂଶସକଙ୍କୁ ଖୁବ୍ ପସନ୍ଦ ଆସିଛି ।

ୱେବ ସିରିଜ ମିର୍ଜାପୁର ୨ ଆମାଜନ ପ୍ରାଇମରେ ସ୍ଥିର କରାଯାଇଥିବା ସମୟ ପୂର୍ବରୁ ହିଁ ରିଲିଜ କରିଦିଆଯାଇଛି । ଏହି ସିରିଜରେ ୨୩ଅକ୍ଟୋବରରେ ରିଲିଜ ହେବାର ଥିଲା କିନ୍ତୁ ଏହାକୁ ଅକ୍ଟୋବର ୨୨ରେ ରଲିଜ କରିଦିଆଯାଇଛି ।

ମିର୍ଜାପୁର ୨ର ନିର୍ଦ୍ଦେଶନା ଦେଇଛନ୍ତି ମିହିର ଦୋସାଇ ଏବଂ ଗୁରମିତ ସିଂହ । ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ , ଅଲି ଫେଜଲ, ଦିବ୍ୟେନ୍ଦୁ ଶର୍ମାଙ୍କ ବ୍ୟତୀତ ସ୍ୱେତା ତ୍ରିପାଠୀ, ରାଜେସ ତେଲଙ୍ଗ, ଶ୍ରେୟା, ରସିକା ଦୁଗ୍ଗଲ, ଲିଲୀପୁଟ, କୂଲଭୁଷଣ ଖରବନ୍ଦା ଭଳି କଳାକାର ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସେହିପରି ଫରହାନ ଅଖତର ଏବଂ ରିତେସ ସିଧବାନୀ ଏହି ସିରିଜକୁ ପ୍ରଡ୍ୟୁସ କରିଛନ୍ତି ।

Leave a Reply