ବଙ୍ଗୋପସାଗରରେ ଲଘୁଚାପ; ୧୨ ଘଣ୍ଟାରେ ରାଜ୍ୟରେ ଦିଶିବ ପ୍ରଭାବ…

ଭୁବନେଶ୍ୱର: ରାଜ୍ୟରେ ବର୍ଷା ସମ୍ଭାବନା ବଢ଼ିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । କାଲି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ ।  ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନର ଲଗାଣ ବର୍ଷାର ଅନୁମାନ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ଲଘୁଚାପର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହେବ ।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେହିଭଳି ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏସବୁ ଜିଲ୍ଲା ଏବେ ୟୋଲୋ ଓ୍ୱାର୍ଣ୍ଣିଂରେ ରହିଛି । ତେବେ ଏହି ଲଘୁଚାପର ପ୍ରଭାବ ଆସନ୍ତା ୧୫ ତାରିଖ ଯାଏଁ ରହିବ । ପରେ ବର୍ଷାର ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ହେବ ।

Leave a Reply