ବାଗଚୀ କହିଲେ ମହାପ୍ରଭୁଙ୍କ ଲକ୍ ଡାଉନ୍ କାହାଣୀ…

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ଲକ୍ ଡାଉନ୍ ହୋଇଛି ରାଜ୍ୟର ୫ ଜିଲ୍ଲା ଓ ୮ ସହର । ଲକ୍ ଡାଉନ୍ ସାଧାରଣ ଲୋକଙ୍କ ମନରେ ବହୁ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଥିବା ବେଳେ ମହାପ୍ରଭୁଙ୍କ କଥା ଅବତାରଣା କରିଛନ୍ତି କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ । ମାଦଳା ପାଞ୍ଜି ଅନୁସାରେ ମହାପ୍ରଭୁ ୨୨ଥର ଲକ୍ ଡାଉନ୍ ହୋଇଥିଲେ । ତେଣୁ, କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଆମକୁ ୮ ଦିନ ଲକ୍ ଡାଉନ୍ ହୋଇ ରହିବାକୁ ପଡ଼ିବ ।

କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

ମହାପ୍ରଭୁ ଶ୍ରୀକ୍ଷେତ୍ରରେ ୨ ଥର ଲକ୍ ଡାଉନ୍ ହୋଇଥିଲେ । କରୋନା ଭୂତାଣୁକୁ ରୋକିବାକୁ ଠାକୁରଙ୍କ ଭଳି ନିଜକୁ ଲକ୍ ଡାଉନ୍ କରିବାକୁ ପଡ଼ିବ । ଠାକୁର ବର୍ଷ ବର୍ଷ ଲକ୍ ଡାଉନରେ ଥିଲେ । ଠାକୁର ପାତାଳୀ ବେଳେ ୪୫ ବର୍ଷ ଓ ୯୯ ବର୍ଷ ଲକ୍ ଡାଉନ୍ ହୋଇ ରହିଥିଲେ । ଆମେ ୮ ଦିନ ପାଇଁ ଲକ୍ ଡାଉନ୍ କରିଛୁ । ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ସେ କହିଛନ୍ତି ।

 

Leave a Reply