୪.୨ ତୀବ୍ରତା ଭୂମିକମ୍ପରେ ଥରିଲା ମାଲକାନଗିରି, ଜିଲ୍ଲା ପୋଲିସ ମୁଖ୍ୟାଳୟ କାନ୍ଥରେ ଫାଟ

1 min read

ମାଲକାନଗିରି: ଥରିଲା ମାଲକାନଗିରି । ଜିଲ୍ଲାରେ ଦୁଇଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟକ ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ପୂର୍ବାହ୍ନ ୧୧ଟା ୧୫ ମିନିଟ ସମୟରେ ମାଲକାନଗିରିରେ ଭୂମିକମ୍ପ ଅନୁଭୂତ ହୋଇଛି । ଦକ୍ଷିଣ-ପଶ୍ଚିମ ଜଗଦଲପୁରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ହୋଇଥିବା କହିଛନ୍ତି ଜିଲ୍ଲାପାଳ । କିଛି ଅଞ୍ଚଳରେ ଦୁଇଥର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି ।

ପ୍ରାୟ ୧ ସେକେଣ୍ଡ ଯାଏଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ଏହା ଜାଣିବା ମାତ୍ରେ ଲୋକ ଘରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ । ମାଲକାନଗିରି ସହର ସମେତ ଖଇରପୁଟ, ମାଥିଲି ଓ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ପ୍ରଭାବରେ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟର ବିଲ୍ଡିଂରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Leave a Reply