ଲକ୍‌ଡାଉନ୍ ଅପ୍ରଭାବି, ତେଣୁ ପଞ୍ଜାବ ଲଗାଇଲା କର୍ଫ୍ୟୁ

ପଞ୍ଜାବ: କରୋନା ଭାଇରସର ୩୧ ସଂକ୍ରମଣ ମାମଲା ସାମନାକୁ ଆସିବା ପରେ ପଂଜାବ ସରକରା ପୁରା ରାଜ୍ୟାରେ କର୍ଫ୍ୟୁ ଲାଗୁ କରିଛନ୍ତି । ପଂଜାବରେ ଲୋକମାନେ ଲକ୍ ଡାଉନକୁ ମାନୁନଥିବାରୁ ସରକାରଙ୍କୁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେବାକୁ ପଡିଛି । ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ ।  ପ୍ରଥମେ ୧୪୪ ଧାରା ଓ ପରେ ଲକ୍ ଡାଉନ୍ କରିବା ସତ୍ୱେ ଲୋକଙ୍କ ଉପରେ ପ୍ରଭାବ ନପଡିବାରୁ କର୍ଫ୍ୟୁ ଜାରି କରାଯାଇଛି ।

ବିଦେଶରେ ରହୁଛନ୍ତି ୨୮ ଲକ୍ଷ ଭାରତୀୟ

ପଂଜାବର ହଜାର ହଜାର ଏନଆରଆଇ ନିକଟରେ ବିଦେଶରୁ ଫେରିଛନ୍ତି । କେବଳ ଜଳନ୍ଧରକୁ ୧୩ ହଜାର ବିଦେଶି ଫେରିଛନ୍ତି ।  ବିଦେଶର ୨୮ ଲକ୍ଷ ୧୯ ହଜାର ୮୩୫ ଜଣ ଭାରତୀୟ ରହୁଛନ୍ତି  । ଏମାନଙ୍କ ମଧ୍ୟରୁ ୟୁଏଇରେ ୮ ଲକ୍ଷ,ଆମେରିକାରେ ୨.୮୦ ଲକ୍ଷ,ଇଂଲଣ୍ଡରେ ୪.୬୬ ଲକ୍ଷ,ଅଷ୍ଟ୍ରେଲିଆରେ ୧.୩୨ ଲକ୍ଷ,ଇଟାଲୀରେ ୨.୫ ଲକ୍ଷ,କାନାଡାରେ ୬ ଲକ୍ଷ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ନିକଟରେ ଭାରତ ଫେରିଥିଲେ ମଧ୍ୟ ସେମାନଙ୍କୁ ଟ୍ରେସ୍ କରାଯାଇ ପାରୁନାହିଁ ।

ଜନତା କର୍ଫ୍ୟୁକୁ ମାନିନଥିଲେ ଲୋକ

ପଂଜାବରେ ଲୋକ ଜନତା କର୍ଫ୍ୟୁକୁ ମାନିନଥିଲେ । କେଉଁଠି ବାହାଘର ହେଉଥିଲା ତ’ କେଉଁଠି ଲୋକ ଏକାଠି ହୋଇ ତାଳି ମାରୁଥିଲେ । ପଟିଆଲାରେ ୩୦ରୁ ଅଧିକ ଲୋକ ଏକାଠି ହୋଇ ରବିବାର ଦିନ ତାଳି ମାରିଥିଲେ । ପୋଲିସେ ଏକାଠି ହୋଇଥିବା ଲୋକଙ୍କ ବିରୋଧରେ ମାମଲା ରୁଜ୍ଜ କରିଛି ।

Leave a Reply