ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା: ଶ୍ରମିକ ଉପରେ ଚଢିଗଲା ଆଇରନ୍ ବୋଝେଇ ଟ୍ରକ

1 min read

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଜଣେ ମୃତ । ମୃତକ ଜଣଙ୍କ ହେଲେ ଗଞାମ ଜିଲ୍ଲା ଚଟାମୁଣ୍ତଳଘୀ ଗ୍ରାମର ଗନ୍ଧର୍ବ ଗୌଡ । ଦୀର୍ଘ ବର୍ଷ ହେଲା ସେ ପାରାଦୀପ ବନ୍ଦରର ମ୍ୟାନେଜମେଣ୍ଟ ଅଧିନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ କାଲି ବିଳମ୍ବିତ ରାତ୍ରିରେ ବନ୍ଦରର ୩ ନମ୍ବର ଗେଟ୍ ନିକଟ ପ୍ଲଟରେ ଡିୟୁଟି କରୁଥିବା ସମୟରେ ଏକ ୧୪ ଚକିଆ ଆଇରନ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡିଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପୋର୍ଟ ମେଡିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ଏ ସମ୍ପର୍କିତ ପାରାଦୀପ ଥାନାରେ ଗନ୍ଧର୍ବଙ୍କ ପୁଅ ବିକ୍ରମ ଗୌଡ ଏତଲା ଦେଇଥିବା ବେଳେ ଉକ୍ତ ଟ୍ରକ୍ କୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ଗନ୍ଧର୍ବ ଙ୍କ ସ୍ଥାନରେ ତାଙ୍କ ପୁଅକୁ ବନ୍ଦର ମ୍ୟାନେଜମେଣ୍ଟ ଅଧିନରେ ଚାକିରୀ ଦେବାକୁ ପରିବାର ପକ୍ଷରୁ ଦାବୀ କରାଯାଇଛି । ')}

Leave a Reply