ଫସେଇ ଦେଲା ଟିକଟକ୍; ଶ୍ରୀମନ୍ଦିରରୁ ଥାନା…

1 min read

ପୁରୀ: ଶ୍ରୀମନ୍ଦିରର ବେଢ଼ା ଭିତର ଭିଡିଓ ସୁଟ୍ କରି ଟିକଟକରେ ପୋଷ୍ଟ ଘଟଣା । ଛାନଭିନ୍ ପରେ ପୋଲିସ ହାତରେ ଲାଗିଛି ସୁରାକ୍ । ଟିକଟକ୍ ଆକାଉଣ୍ଟଧାରୀଙ୍କ ନିକଟରେ ପୋଲିସ ପହଞ୍ଚିବା ସହ ପଚରାଉଚରା କରିଛି । ଭିଡିଓ ଉତ୍ତୋଳନ କରି ଟିକଟକରେ ପୋଷ୍ଟ କରିଥିବା ନାବାଳିକା ଜଣଙ୍କ ଘର ନିରାକାରପୁର ଅଞ୍ଚଳରେ । ପୋଲିସ ତାଙ୍କୁ ଧାରା ୪୧(ଏ) ଅନୁଯାୟୀ ନୋଟିସ୍ ପଠାଇଛି । ଏଥିସହ ତଦନ୍ତରେ ସହଯୋଗ କରିବାକୁ କହିଛି ।

ଗତ ୨୮ ତାରିଖରେ ନାବାଳିକା ଜଣଙ୍କ ଟିକଟକରେ ଶ୍ରୀମନ୍ଦିର ଭିତର ଭିଡିଓ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପୁରୀ ସହରର ବୁଦ୍ଧିଜୀବୀ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୃଥକ ପୃଥକ ଭାବେ ୨ଟି ଏତଲା ଦିଆଯାଇଥିଲା । ପୋଲିସ ଗତ ରାତିରେ ନିମାପଡ଼ା ପାଟପୁର ଛକରୁ ନାବାଳିକା ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଛି ।

ଶ୍ରୀମନ୍ଦିର ଚାରିଦ୍ୱାରରେ ଡିକ୍ଟେଟର ଲାଗିଥିବା ବେଳେ ପୋଲିସ ମୁତୟନ ହୋଇଛନ୍ତି । କଡ଼ା ପ୍ରହରା ସତ୍ତ୍ୱେ ମନ୍ଦିର ଭିତରକୁ ମୋବାଇଲ ଯିବା ପାଇଁ ପୋଲିସର ଅବହେଳାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ଠିକ୍ ଭାବେ ଦାୟିତ୍ୱ ସମ୍ପାଦନ କରୁ ନଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ')}

Leave a Reply