EPF, ଶିଳ୍ପ, ଋଣ… ଜାଣନ୍ତୁ କାହାକୁ କେତେ ଦେଲେ ନିର୍ମଳା

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ୨୦ ଲକ୍ଷ କୋଟି ପ୍ୟାକେଜକୁ ବାଣ୍ଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଦ୍ୱାରା ଦେଶର ଅର୍ଥନୀତି ପୁଣି ଦୌଡ଼ିବ ବୋଲି ସରକାର ଆଶା ରଖିଛନ୍ତି । ନଜର ପକାନ୍ତୁ କାହାକୁ କେତେ ମିଳିଲା…

କରଦାତାଙ୍କୁ ଆଶ୍ୱସ୍ତି

ଇନକମ୍ ରିଟର୍ଣ୍ଣ ଫାଇଲିଂ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହାକୁ ୩୧ ଜୁଲାଇପୁ ନଭେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଛି । ବିବାଦରୁ ବିଶ୍ୱାସ ସ୍କିମ୍ ଡେଡଲାଇନକୁ ଡିସେମ୍ବର ୩୧ ଯାଏ ବୃଦ୍ଧି ହୋଇଛି ।

କରଦାତାଙ୍କ ଟିଡିଏସ୍ ୨୫ ପ୍ରତିଶତ ହ୍ରାସ ପାଇଛି । ଏହା ୩୧ ମାର୍ଚ୍ଚ ୨୦୨୧ ଯାଏଁ ଲାଗୁ ହେବ ।

ରିୟଲ ଇଷ୍ଟେଟ

ନିର୍ମାଣ କ୍ଷେତ୍ର ବା ରିୟଲ ଇଷ୍ଟେଟର ସମସ୍ତ ପ୍ରୋଜେକ୍ଟକୁ ୬ ମାସ ଯାଏଁ ମହଲତ ମିଳିଛି ।

ବିଦ୍ୟୁତ୍

ଡିସକମ୍ ବା ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ସହାୟତା ପାଇଁ ଜରୁରୀକାଳୀ ଲିକ୍ୱିଡିଟି ୯୦ ହଜାର କୋଟି ଟଙ୍କା ଦିଆଯିବ ।

ରହିବନି ଅର୍ଥାଭାବ

ଅଣ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ମାଇକ୍ରୋ ଫାଇନାନ୍ସ କମ୍ପାନୀଙ୍କୁ ୩୦ ହଜାର କୋଟି ଟଙ୍କାର ବିଶେଷ ଲିକ୍ୱିଡିଟି ସ୍କିମ୍ ଆସିବ । ଏହାଦ୍ୱାରା ନଗଦ ଅର୍ଥର ଅଭାବ ରହିବ ନାହିଁ ।

ଇପିଏଫରେ ଆଶ୍ୱସ୍ତି

ଅଗଷ୍ଟ ଯାଏଁ ସରକାର ଇପିଏଫ ଜମା କରିବେ । କମ୍ପାନୀ ଓ କର୍ମଚାରୀ ଦେଉଥିବା ୧୨ ପ୍ରତିଶତ ଲେଖାଏଁ ୨୪ ପ୍ରତିଶତ ଜମା ସରକାର କରିବେ । ଏହାଦ୍ୱାରା ୭୫ ଲକ୍ଷରୁ ଅଧିକ କର୍ମଚାରୀ ଲାଭ ପାଇବେ । ତେବେ, ୧୦୦ରୁ କମ୍ କର୍ମଚାରୀ ଥିବା କମ୍ପାନୀରେ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାରରୁ କମ୍ ଥିଲେ ଏହି ସୁବିଧା ମିଳିବ ।

ବଦଳିଲା MSME ପରିଭାଷା

ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପର ପରିଭାଷା ବଦଳିଯାଇଛି । ଏଥିରେ ନିବେଶ ସୀମାରେ ପରିବର୍ତ୍ତନ କରାଯାଇଛି । ୧ କୋଟି ନିବେଶ ଓ ବାର୍ଷିକ ୧୦ କୋଟି ଟର୍ଣ୍ଣ ଓଭର ଥିଲେ ତାକୁ ଅଣୁ ଉଦ୍ୟୋଗ କୁହାଯିବ ।

୧୦ କୋଟି ନିବେଶ ଅବା ବାର୍ଷିକ ୫୦ କୋଟି ଟର୍ଣ୍ଣଓଭର ଥିବା ଶିଳ୍ପକୁ କ୍ଷୁଦ୍ର ଉଦ୍ୟୋଗ କୁହାଯିବ । ୨୦ କୋଟି ନିବେଶ ଥାଇ ବାର୍ଷିକ ୧୦୦ କୋଟି ଟର୍ଣ୍ଣଓଭର ଥିଲେ ମଧ୍ୟମ ଶିଳ୍ପ ମାନ୍ୟତା ଦିଆଯିବ ।

ଟେଣ୍ଡର ବନ୍ଦ

୨୦୦ କୋଟି ଯାଏଁ ଗ୍ଲୋବାଲ ଟେଣ୍ଡର ହେବନାହିଁ । ଏହା MSME ପାଇଁ ବଡ଼ ପଦକ୍ଷେପ । ଏଥିସହ MSMEକୁ ଇ-ମାର୍କେଟ୍ ସହ ଯୋଡ଼ାଯିବ । ସରକାର ବାକିଥିବା ପେମେଣ୍ଟକୁ ୪୫ ଦିନ ଭିତରେ ଦେବେ ।

MSMEକୁ ୩ ଲକ୍ଷ କୋଟି

ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ପାଇଁ ୩ ଲକ୍ଷ କୋଟି ଦିଆଯାଇଛି । ଏଥିରେ ବିନା ଗ୍ୟାରେଣ୍ଟିରେ ଲୋନ୍ ଦିଆଯିବ । ସମୟସୀମା ୪ ବର୍ଷ ରହିବ । ବର୍ଷେ ଯାଏଁ ଇଏମ୍ଆଇ ଭରିବାକୁ ପଡ଼ିବ ନାହିଁ । ଏହି ଅଫର ଅକ୍ଟୋବର ୩୧ ଯାଏଁ ଉପଲବ୍ଧ ରହିବ ।

ବିନା ଗ୍ୟାରେଣ୍ଟିରେ ମିଳିବ ଋଣ, ବର୍ଷେ ଯାଏଁ ଦେବାକୁ ପଡ଼ିବନି ମୂଳଧନ

Leave a Reply