ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ: କହିଲେ, ସରକାର ଗଠନ ବେଳେ ମୋ ସ୍ୱପ୍ନ ଚୁରମାର ହୋଇଗଲା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟରେ ଯୋଗଦେଲେ ମଧ୍ୟପ୍ରଦେଶର ତୁଙ୍ଗ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଠାରୁ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ଜ୍ୟୋତିରାଦିତ୍ୟ । ପୁଷ୍ପଗୁଚ୍ଛ ପ୍ରଦାନ ସହ ଦଳକୁ ସ୍ୱାଗତ  ଜେ.ପି ନଡ୍ଡା । ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବେ ପରେ ବିଜେପିରେ ଜ୍ୟୋତିରାଦିତ୍ୟ ଯୋଗଦେବା ନେଇ ଖୁବ୍ ଜୋରସୋରରେ ଚର୍ଚ୍ଚା ହେଉଥିଲା ।  ପ୍ରଧାନମନ୍ତ୍ରୀ, ଜେ.ପି ନଡ୍ଡାଙ୍କ ସହ ମିଟିଂ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେପିର ଯୋଗଦେଇଛନ୍ତି ଜ୍ୟୋତିରାଦିତ୍ୟ ।

ତେବେ ବିଜେପିରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିଜେପିରେ ସାମିଲ କରାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ବିଜେପିରେ ଯୋଗଦେବା ଅବସରେ ସେ କହିଛନ୍ତି ଯେ ମୋ ଜୀବନରେ ୨ଟି ତାରିଖ ଅତି ଗୁରୁତ୍ୱପୂର୍ଣ୍ଣ । ଯେଉଁଥିରୁ ପ୍ରଥମଟି ହେଉଛି ୩୦ ସେପ୍ଟେମ୍ୱର ୨୦୦୧ ଯେତେବେଳେ  ଯେଉଁଦିନ ତାଙ୍କ ବାପାଙ୍କ ପରଲୋକ ଘଟିଥିଲା । ଓ ଅନ୍ୟଟି ହେଉଛି ୧୦ ମାର୍ଚ୍ଚ ୨୦୨୦ ଯେଉଁଦିନ ସେ ରାଜନୀତିକ ଜୀବନର ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

୨୦୧୮ରେ ମଧ୍ୟପ୍ରଦେଶରେ ସରକାର ଗଠନ ସମୟରେ ଗୋଟିଏ ସ୍ୱପ୍ନ ଥିଲା କିନ୍ତୁ ତାହା ଚୁରମାର ହୋଇଯାଇଛି । କଂଗ୍ରେସ ପାର୍ଟି ପୂର୍ବରୁ ଯାହା ଥିଲା ତାହା ଏବେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, କଂଗ୍ରେସରେ ରହି ଲୋକଙ୍କ ସେବା କରିହେବନାହିଁ । ଦଳରେ ନୂଆ ବିଚାରଧାରା ଓ ନୂଆ ନେତୃତ୍ୱକୁ ସ୍ୱୀକୃତି ମିଳୁନାହିଁ । ମଧ୍ୟପ୍ରଦେଶରେ ସରକାର ଗଠନରୁ ପୂର୍ବରୁ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଥିବା ନେଇ ମଧ୍ୟ ପ୍ରେସ୍‌ମିଟରେ ଅଭିଯୋଗ କରିଛନ୍ତି । ।

Leave a Reply