୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘୂର୍ଣ୍ଣଝଡ଼ ସମ୍ଭାବନା, ୫ଟି ଜିଲ୍ଲାକୁ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର: ଦକ୍ଷିଣ ତାମିଲନାଡୁ ଉପରେ ଘୁର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ଓ ପବନ ଏବଂ କେତେକ ସ୍ଥାନରେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ବୁଧବାର ଉତ୍ତର ଓଡିଶାର ୫ଟି ଜିଲ୍ଲାରେ ୱାର୍ଣ୍ଣଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାରେ କୁଆପଥର ମାଡ଼ ହେବା ସହିତ ବାଲେଶ୍ୱର ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ ଓ ସମ୍ବଲପୁରରେ ଘୁର୍ଣ୍ଣିଝଡ ହେବ।

ଏହି ସମୟରେ ଘଣ୍ଟା ପ୍ରତି ୩୦/୪୦କିଲୋମିଟର ବେଗରେ ପବନ ବହିବ। ସେହିଭଳି ଆସନ୍ତା ୧୨ତାରିଖରେ ଉତ୍ତର ଓଡିଶାର ଅଳ୍ପ ଓ ଦକ୍ଷିଣ ଓଡ଼ିଶାର ଅଳ୍ପକେତେକ ଜିଲ୍ଲାରେ ଯଥା ଯାଜପୁର, ଢେଙ୍କାନାଳ ମୟୁରଭଞ୍ଜ, କଟକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ତାରିଖରେ ବଲାଙ୍ଗୀର, ବରଗଡ,ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଆଦି ୧୪ଟି ଜିଲ୍ଲାରେ ଘଣ୍ଟାପ୍ରତି ୩୦/୪୦କିମି ବେଗରେ ପବନ ବହିବା ସହିତ ଘଡଘଡି ହେବାର ସମ୍ଭାବନା ରହିଛି।

ସେହିଭଳି ଆସନ୍ତା ୧୪ତାରିଖରେ ପାଗରେ ପରିବର୍ତ୍ତନ ଯଦିଓ ହେବ ତଥାପି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ବାଲେଶ୍ଵର, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ପାଗରେ ପରିବର୍ତ୍ତନ ହେବ ଓ ପାଗ ଶୁଖିଲା ରହିବ। ତେବେ ଦିନ ସମୟରେ ତାପମାତ୍ରାରେ କିଛି ହ୍ରାସ ପାଇବାର ସମ୍ଭାବନା କମ ରହିଛି ।

Leave a Reply