ପୁରୀରେ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବି.କେ ପଟେଲ

1 min read
SJTA Increased Devotee Number For Daily Visits  

ପୁରୀ: ପୁରୀ ଗସ୍ତରେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବି.କେ. ପଟେଲ । ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀମନ୍ଦିର ସାମ୍ନାରୁ ପତିତପାବନଙ୍କୁ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି । ଏହି ଅବସରରେ ରାଜ୍ୟରେ ଘଟୁଥିବା ଓ ଅଭିଯୋଗ ଆସିଥିବା ହାଜତ ମୃତ୍ୟୁ ଏବଂ ପୋଲିସ ନିର୍ଯାତନା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉଚିତ ରିପୋର୍ଟ ରାଜ୍ୟସରକାରଙ୍କୁ ଦିଆଯିବ ବୋଲି କହିଛନ୍ତି ଓଏଚଆରସି । ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରାଯିବ । ଏହାସହ ଅନ୍ୟାନ୍ୟ ପ୍ରସଙ୍ଗକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜଷ୍ଟିସ୍ ବି. କେ. ପଟେଲ କହିଛନ୍ତି ।

File Photo

ଦୀର୍ଘ ୯ ମାସ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିପାରୁ ନାହାନ୍ତି । ଏଥିପାଇଁ ଅସନ୍ତୋଷ ବଢ଼ିବାରେ ଲାଗିଛି । କରୋନା କଟକଣା କୋହଳ ହୋଇଥିବାରୁ ଏବଂ କରୋନାର ପ୍ରକୋପ କିଛି ମାତ୍ରାରେ କମିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରାଯାଇଛି । ଆଗାମୀ ୨୦୨୧ ଜାନୁଆରୀ ୩  ତାରିଖରୁ ସାଧାରଣ ଲୋକଙ୍କ ପାଇଁ ମନ୍ଦିର ଖୋଲାଯିବ ବୋଲି ସୂଚନା ରହିଛି । ତେବେ ଡିସେମ୍ବର ୨୩ ତାରିଖରୁ ମନ୍ଦିର ଖୋଲାଯିବ କୁହାଯାଉଥିଲେ ମଧ୍ୟ ପୁରୀ ବାହାରର ଲୋକଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ରହିବ ନାହିଁ । କେବଳ ପୁରୀବାସୀ ମନ୍ଦିରରେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି । ଜନସମାଗମ ଦୃଷ୍ଟିରୁ ନୂଆ ବର୍ଷରେ ମନ୍ଦିର ବନ୍ଦ ରହିବାର ସମ୍ଭାବନା ରହିଛି । ତେଣୁ ୩ ତାରିଖଠାରୁ ସାଧାରଣ ଭାବେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିପାରିବେ ।

Leave a Reply