ଟ୍ରେନ୍‌ ବଗି ଉପରେ ନେଉଥିଲେ ସେଲଫି, ଜଳିଗଲା ପୁରା ଶରୀର

ପାରଳାଖେମୁଣ୍ଡି: ସେଲଫି ହେଲା କାଳ । ଗଜପତିର ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଅଭାବନୀୟ ଘଟଣା । ଟ୍ରେନ ବଗି ଉପରେ ଚଢ଼ି ସେଲ୍ଫି ନେବା ବେଳେ ଜଳିଗଲେ ଯୁବକ । ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ । ଏହା ସହ ଟ୍ରେନର ଗୋଟିଏ ବଗି ମଧ୍ୟ ଜଳିଯାଇଛି । କିଛି ଦିନ ହେବ ଟ୍ରେନ୍‌ଟି ଛିଡ଼ା ହୋଇ ରହିଥିଲା । ଅଗ୍ନିଶମ ବାହୀନ ଘଟଣାସ୍ଥଲରେ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ଗୌରଚନ୍ଦ୍ର ସାହିର ୧୭ ବର୍ଷୀୟ ସୂର୍ୟକୁମାର । ତିନି ଜଣ ସାଙ୍ଗ ସହ ଷ୍ଟେସନ ଅଞ୍ଚଳକୁ ବୁଲିବାକୁ ଆସିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ସେଲଫି ନିଶା ଯୋଗୁଁ ଅନେକ ସମୟରେ ଯୁବକ/ଯୁବତୀଙ୍କ ଜୀବନ ଚାଲିଯାଇଛି । କେତେବେଳେ ବ୍ରଜ୍‌ ଉପରେ ରହି କେହି ସେଲ୍‌ଫି ନେଉଥିବା ବେଳେ ନିଜ ଜୀବନ ହରାଇଛନ୍ତି ତ ଆଉ କେତେବେଳେ ଝରଣାକୂଳରେ ଥାଇ ସେଲ୍‌ଫି ନେଉଥିବା ବେଳେ ଯୁବକ/ଯୁବତୀଙ୍କ ପ୍ରାଣ ଯାଇଛି । ଏମିତିକି ବାଇକ୍‌ ଚଳାଇବା ବେଳେ ମଧ୍ୟ ସେଲଫି ନେବା ନିଶା ଲୋକଙ୍କ ଜୀବନ ନେଇଛି ।

ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହେଉଛି । ତେବେ ସେଲ୍‌ଫି ନେବାକୁ କୌଣସି ବାରଣ କରାଯାଉ ନାହିଁ କିନ୍ତୁ ସତର୍କତାର ସହ ଫଟୋ ଉଠାନ୍ତୁ ଏବଂ ଦୁଃସାହସ କରନ୍ତୁ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Leave a Reply