ଛତିଶଗଡ଼ ସୀମାନ୍ତରେ ପୁଣି ଫୁଟିଲା ଗୁଳି, ଜଣେ ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତରେ ପୁଣି ଫୁଟିଲା ଗୁଳି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି ।

ଘଟଣାଟି ଜାଗୁରକୋଣ୍ଡା ଥାନା ଅଞ୍ଚଳର ଘଟିଥିବା ଜଣାପଡ଼ିଛି । ଡିଆରଜି ଓ ସିଆର୍‌ପିଏଫ ଦ୍ୱାରା ଅପରେସନ ଜାରି ରହିଥିଲା । ଏହି ସମୟରେ ମୁହାଁମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ । ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଆଖିବୁଜା ଗୁଳି ବର୍ଷା କରାଯାଇଥିଲା । ଏହାର ପାଲଟା ଜବାବ ଦେବାକୁ ଯାଇ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ ।

ତେବେ ଯବାନଙ୍କ ପାଲଟା ଜବାବର ସମୁଖୀନ କରିନପାରି ଫେରାର ହୋଇଯାଇଥିଲେ ମାଓବାଦୀ । ପରେ ସର୍ଚ୍ଚ କରିବା ବେଳେ ଜଣେ ମାଓବାଦୀର ଶବ ମିଳିଥିଲା । ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସମଗ୍ରୀ ଜବତ କରାଯାଇଛି । ଗୋଟିଏ ଗ୍ରେନେଡ୍‌ ଲଂଚର, ମୋଜେଲ ସମେତ ବିପୁଳ ପରିମାଣର ବିସ୍ଫୋରକ ସମଗ୍ରୀ ଓ ମାଓ ବ୍ୟବହୃତ ସମଗ୍ରୀ ପୋଲିସ ଜବତ କରିଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ଏବେ କିଛି ଦିନ ହେବ ଲଗାତର ଭାବେ ମାଓ ଦମନ ଅଭିଯାନକୁ ଜୋରଦାର କରାଯାଇଛି । ଅନେକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଦେଖାଯାଇଛି । ପୋଲିସ ଡିଜି ଅଭୟ ମଧ୍ୟ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ଓଡ଼ିଶାକୁ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ କରାଯିବ ବୋଲି କହିଛନ୍ତି । ଏହାସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଡିଜିପିଙ୍କ ଆହ୍ୱାନ କ୍ରମେ କିଛି ହାର୍ଡକୋର ମାଓବାଦୀ ଆତ୍ମ ସପର୍ମଣ ମଧ୍ୟ କରିସାରିଲେଣି ।

Leave a Reply