ଇଟାଲିଆନ୍‌ ମହୁମାଛି ଚାଷ କରି ସଫଳ ହେଲେ, ଅନ୍ୟକୁ ରୋଜଗାର ମଧ୍ୟ ଦେଲେ…

1 min read

କେନ୍ଦୁଝର: ମହୁଚାଷ ଦେଖାଇଛି ଆତ୍ମନିର୍ଭରଶୀଳତାର ବାଟ । ତାଲିମ ପାଇ ଇଟାଲିଆନ୍‌ ମହୁମାଛି ଚାଷ କରି ସଫଳ ହୋଇପାରିଛନ୍ତି ଜଣେ ବ୍ୟକ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁରୁ ଦେଖିବା ଜଣେ ସଫଳ ମହୁଚାଷୀଙ୍କ କାହାଣୀ ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ଗାଁର ମହେଶ୍ୱର ମହାନ୍ତ । ମହୁଚାଷ କରି ହୋଇପାରିଛନ୍ତି ସ୍ୱାବଲମ୍ୱୀ । ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଗାୟତ୍ରୀ ପରିବାରରୁ ପ୍ରେରଣା ପାଇ ସେ ତାଲିମ ନେବା ପରେ ନିଜ ଗାଁରେ ଇଟଲିଆନ ମହୁଚାଷ କରି ବେଶ୍ ଲାଭ ପାଇଛନ୍ତି । ୧୫ ଦିନରେ ଗୋଟିଏ ବାକ୍ସରୁ ସେ ସଂଗ୍ରହ କରିନ୍ତି ପ୍ରାୟ ୨୦ କେଜି ମହୁ ।

Bee Farming

ମହୁଚାଷ କରି ମହେଶ୍ୱର ମହାନ୍ତ ଏକା ଲାଭବାନ ହୋଇନାହାନ୍ତି, ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ୱୀ କରିବାରେ ସାହାଯ୍ୟ କରୁଛନ୍ତି । ମହୁମାଛି ପରାଗ ସଂଗ୍ରହ କରୁଥିବାରୁ ଅଞ୍ଚଳେର ଭଲ ପନିପରିବା ମଧ୍ୟ ଅମଳ ହେଉଛି । ପରିବା ଚାଷୀ ବେଶ୍ ଉପକୃତ ହୋଇଛନ୍ତି ।

https://www.facebook.com/NandighoshaTV/videos/281901093062891/

କାମଧନ୍ଦା ଓ ନିଯୁକ୍ତି ସୁଯୋଗ ଅଭାବ ସମୟରେ ସମସ୍ତଙ୍କ ପାଇଁ ମହେଶ୍ୱର ପ୍ରେରଣାର ଉତ୍ସ ପାଲଟିଛନ୍ତି । ଅଧିକରୁ ଅଧିକ ଲୋକଙ୍କୁ ମହୁଚାଷ ପାଇଁ ତାମିଲ ଦେବାକୁ ଲକ୍ଷ୍ୟ ରଖିଛନ୍ତି ମହେଶ୍ୱର ।

 

(ରିପୋର୍ଟ: ଶେଷନନ୍ଦନ ବଳଙ୍କ)

Leave a Reply