ଜଙ୍ଗଲଜାତ ଦ୍ରବ୍ୟ କରଡ଼ି, ଲୋକଙ୍କ ମଧ୍ୟରେ ରହିଛି ବଡ଼ ଚାହିଦା…

Karida

କୋରାପୁଟ: ଆଦିବାସୀଙ୍କ ରୋଜଗାର ମାଧ୍ୟମ ଜଙ୍ଗଲଜାତ ଦ୍ରବ୍ୟ । ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଭିତରୁ କରଡିର ଚାହିଦା ଲୋକଙ୍କ ଭିତରେ ଅଧିକ । ବାଉଁଶ ଗଜାରୁ କରଡି ବାହାର କରାଯାଇ ବଜାରରେ ବିକ୍ରି କରାଯାଇଥାଏ । ଏଥିରୁ ରକମ ରକମର ସୁଆଦିଆ ଖାଇବା ପ୍ରସ୍ତୁତ କରାଯାଉଥିବା ବେଳେ କୋରାପୁଟ ଅଞ୍ଚଳରେ ଏହା ବହୁଳ ବ୍ୟବହାର ହୋଇଥାଏ ।

KARADI

ଆଦିବାସୀ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରସା କରି ଚଳନ୍ତି । ତା’ ଭିତରୁ ଅନ୍ୟତମ ହେଉଛି କରଡି । ବାଉଁଶ ଗଜାରୁ କରଡି ବାହାର କରାଯାଇଥାଏ । କୋରାପୁଟ ଅଞ୍ଚଳରେ ଏହାର ବ୍ୟବହାର ଅଧିକ ଦେଖିବାକୁ ମିଳିଥାଏ । ଜଙ୍ଗଲ ପାହାଡ଼କୁ ଯାଇ ବାଉଁଶ ବୁଦା ଗୁଡ଼ିକରୁ କରଡ଼ି ସଂଗ୍ରହ କରି ବଜାରରେ ବିକ୍ରି କରାଯାଇଥାଏ । ପୂର୍ବରୁ କେବଳ ଘରର ମହିଳାମାନେ ଜଙ୍ଗଲକୁ ଯାଇ କରଡ଼ି ସଂଗ୍ରହ କରୁଥିବା ବେଳେ ବର୍ତ୍ତମାନ କାମଧନ୍ଧା ନ ପାଇ ଘରର ପୁରୁଷ ମାନେ ମଧ୍ୟ ଏହି କରଡି ସଂଗ୍ରହ କରି ବିକ୍ରି କରୁଛନ୍ତି । କରଡି ବିକ୍ରି କରି ଦିନକୁ ୫ ଶହରୁ ୬ଶହ ଟଙ୍କା ରୋଜଗାର କରୁଛନ୍ତି ।

KARADI

ବାଉଁଶ ଗଜାକୁ ଛୋଟ ଛୋଟ କରି କାଟି ବଜାରରେ ବିକ୍ରି କରାଯାଇଥାଏ । କରଡିରେ ବିଭିନ୍ନ ସୁଆଦିଆ ତରକାରି ହେଉ କି ଭଜା ଏମିତି କି ଏଡାର ଆଚାର ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ବହୁ ଲୋକ ଏହାକୁ ସ୍ନାକ୍ସ ଭାବରେ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ବର୍ଷା ଦିନ ମାନଙ୍କରେ ଏହା ଫ୍ରେସ୍‌ ମିଳୁଥିବା ବେଳେ କିଛି ଲୋକ ଏହାକୁ ବର୍ଷ ତମାମ ସଂଗ୍ରହ କରି ରଖିଥାନ୍ତି ।

KARADI

କେବଳ କୋରାପୁଟ ନୁହେଁ ପଶ୍ଚିମ ଓଡ଼ିଶାରେ ମଧ୍ୟ କରଡି ବହୁଳ ଭାବେ ବ୍ୟବହାର କରାଯାଇଥାଏ । ଆଉ ଏବେ ଲକଡାଉନ୍‌ ସଟଡାଉନ୍‌ ସମୟରେ ଆଦିବାସୀଙ୍କ ଉପାର୍ଜନର ମାଧ୍ୟମ ପାଲଟିଛି କରଡି ।

Leave a Reply