ବିଜୟରୁ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ କଲା ଭାରତ

1 min read
India Won 1St T20I Against Australia By 11 Runs In Oval (3)

ଓଭାଲ୍: ବିଜୟରୁ ଟି-୨୦ ସିରିଜ ଆରମ୍ଭ କରିଛି ଭାରତ । ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ବିରାଟ ବାହିନୀ । ବୋଲରମାନଙ୍କର ଲଢୁଆ ବୋଲିଂ ବଳରେ ଘରୋଇ ଦଳକୁ ୧୧ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ନଟରାଜନ ଓ ଚହଲ ତିନୋଟି ଲେଖାଏଁ ୱିକେଟ୍ ନେଇଛନ୍ତି ।

India Won 1St T20I Against Australia By 11 Runs In Oval (3)

ପ୍ରଥମେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଓପନର କେ. ଏଲ. ରାହୁଲ ଏବଂ ଶିଖର ଧୱନ ଇନିଂସ ଆରମ୍ଭ କରିଥିଲେ । ପ୍ରଥମରୁ ଓପନର ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରି ନଥିଲେ ସୁଦ୍ଧା ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦର ୭ମ ୱିକେଟ୍‌ରେ ୩୯ ରନ୍‌ ଯୋଡ଼ିଥିଲେ । ଜାଡେଜା ୨୩ ବଲରୁ ଦ୍ରୁତ ୪୪ ରନ୍‌ ସଂଗ୍ରହ କରିବାରୁ ଦଳ ୭ ୱିକେଟ ହରାଇ ସମ୍ମାନଜନକ ୧୬୧ ସ୍କୋର କରିବାରେ ସକ୍ଷମ ହୋଇଥିଲା ।

India Won 1St T20I Against Australia By 11 Runs In Oval (3)

ତେବେ ଜବାବରେ ଘରୋଇ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୫୦ ରନ କରିବାରେ ସମର୍ଥନ ହୋଇଥିଲା । ଫଳରେ ଓଭାଲ ଟି-ଟ୍ୱେଣ୍ଟିକୁ ୧୧ ରନରେ ଭାରତ ଜିତି ନେଇଛି । ଏକଦିବସୀୟ ସିରିଜ୍ ହାରିବା ପରେ ଟି-୨୦ରେ ପ୍ରଥମ ବିଜୟ ଦଳର ମନୋବଳକୁ ବଢାଇଛି । ୟୁଜଭେନ୍ଦ୍ର ଚହଲ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

Leave a Reply