ନୌସେନା ଦିବସରେ ଆମେରିକାର ଭେଟି… ଜାରି କଲା ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ

1 min read

ନୂଆଦିଲ୍ଲୀ: ଭାରତୀୟ ନୌସେନା ଦିବସ ଅବସରରେ ଆମେରିକାର ଲକହିଡ୍ ମାର୍ଟିନ ଭାରତକୁ ଏକ ମହତ୍ୱପୂର୍ଣ୍ଣ ଭେଟି ଦେବାକୁ ଘୋଷଣା କରିଛି । ଲକହିଡ୍ ମାର୍ଟିନ ଭାରତକୁ ଦେବାକୁ ଥିବା ଶକ୍ତିଶାଳି ଏମଏଚ-୬୦ ଆର, ଅର୍ଥାତ ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ଜାରି କରିଛି । ଖୁବଶୀଘ୍ର ଏହି ହେଲିକପ୍ଟର ଭାରତକୁ ଦେବାକୁ ଯାଉଛି ଆମେରିକା ।

ଲକହିଡ୍ ମାର୍ଟିନ କମ୍ପାନି ନିଜ ଟ୍ୱିଟର ଆକାଉଣ୍ଟରେ ରୋମିଓ ହେଲିକପ୍ଟର ଫଟୋ ସହ ଲେଖିଛି ଯେ, ନୌସେନା ଦିବସ ଅବସରେ ଆମେ ଗର୍ବର ସହ ଭାରତୀୟ ନୌସେନାର ପ୍ରଥମ ଏମଏଚ-୬୦ର ଫଟୋ ଜାରି କରୁଥିବା ଲେଖିଥିବା ଦେଖିବାକୁ ମିଳିଛି । ଏଥିରେ ଲେଖାଯାଇଛି ରୋମିଓ ଫର ଇଣ୍ଡିଆ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବ୍ରୁଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତ ସମୟରେ ୨୪ଟି ରୋମିଓ ହେଲିକପ୍ଟର ପାଇଁ ଭାରତ ଚୁକ୍ତି କରିଥିଲା । ଏଥିପାଇଁ ଆମେରିକାକୁ ୨୧ ହଜାର କୋଟି ଟଙ୍କା ଦେବାକୁ ଭାରତ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଆଣ୍ଟି ସବମେରିନ୍ ୱାର ଫାୟାରରେ ମାହିର ରୋମିଓ ହେଲିକପ୍ଟର ଭାରତକୁ ଆସିଲେ ସେନାର ଶକ୍ତି ଦ୍ୱିଗୁଣିତ ହେବ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

Leave a Reply