ଦେଶରେ ୨୪ଘଣ୍ଟାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେତେରେ ପହଞ୍ଚିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଦୈନିକ ସଂକ୍ରମଣ ରେକର୍ଡ଼ ସ୍ତରରେ ପହଞ୍ଚିଛି । ଦେଶରେ ୨୪ ଘଣ୍ଟାରେ ୮୬ହଜାର ୮୨୧ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବଂ ଦେଶରେ ଗୁରୁବାର ୧୧୮୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ୬୩ଲକ୍ଷ ୧୨ହଜାର ୫୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ମାମଲା ରହିଛି ୯ଲକ୍ଷ ୪୦ହଜାର ୭୦୫ । ସେହିଭଳି ଦେଶରେ ସୁସ୍ଥତା ହାର ମଧ୍ୟ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି । ଗୁରୁବାର ସୁଦ୍ଧା ସୁସ୍ଥ ହୋଇଛନ୍ତି ୫୨ଲକ୍ଷ ୭୩ହଜାର ୨୦୨ଆକ୍ରାନ୍ତ ।

ତେବେ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୯୮ହଜାର ୬୭୮ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ୧୩ଲକ୍ଷ  ୮୪ହଜାର ୪୪୬ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩୬ହଜାର ୬୬୨ଜଣଙ୍କ ମୃତ୍ୟୁ ହୋଇଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୬ଲକ୍ଷରୁ ଅଧିକ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଆନ୍ଧ୍ରପ୍ରଦେଶ କରୋନା ମୃତ୍ୟୁସଂଖ୍ୟା ୫ହଜାର ୮୨୮ରେ ପହଞ୍ଚିଛି । ଏବଂ କର୍ଣ୍ଣାଟକରେ କରୋନା ମୃତ୍ୟୁସଂଖ୍ୟା  ୮ହଜାର ୮୬୪ରେ ପହଞ୍ଚିଛି । ଏହାସହ ତାମିଲନାଡୁରେ ୫ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୯ହଜାର ୫୨୦ରେ ପହଞ୍ଚିଛି । କେବଳ ସେପଟେମ୍ବର ମାସରେ ଦେଶରେ ୪୧ପ୍ରତିଶତ ସଂକ୍ରମିତ ହୋଇଥିବା ବେଳେ ୩୪ପ୍ରତିଶତ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply