ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, କରୋନା କଟକଣାରେ ବୁଲିପାରିବେ ଯାତ୍ରୀ

କେନ୍ଦ୍ରାପଡ଼ା: ରାଜ୍ୟରେ କରୋନା ସ୍ଥିତି ସୁଧୁରିବା ପରେ ଖୋଲୁଛି ପର୍ଯ୍ୟଟନସ୍ଥଳି । ଯଦି ଦେଖିବା କରୋନା ମାଡ଼ରେ ଅଧିକ ପ୍ରଭାବିତ ହୋଇଛି ପ୍ରର୍ଯ୍ୟଟନ କ୍ଷେତ୍ର । ସେଥିପାଇଁ କେମିତି ପର୍ଯ୍ୟଟନ କ୍ଷେତ୍ର ସାମାନ୍ୟ ହୋଇପାରିବ  ସେନେଇ ଧିରେ ଧିରେ ଗୋଟିଏ ପରେ ଗୋଟିଏ ପର୍ଯ୍ୟଟନ କ୍ଷେତ୍ର କୁ ଖୋଲାଯାଉଛି । ଏଇ ଭିତରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ସାତ ମାସ ହେବ କରୋନା ପାଇଁ ବନ୍ଦ ରଖା ଯାଇଥିଲା ଜାତୀୟ ଉଦ୍ୟାନ । କେବଳ ରାତ୍ରି ଯାପନ କରିବାକୁ ଆସିଥିବା ପର୍ଯ୍ୟଟକ ମାନେ ଭିତର କନିକାର ଡାଙ୍ଗମାଳ ଠାରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।

ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକାରେ ପ୍ରବେଶ ଅନୁମତି ମିଳିନି । କୋଭିଡ୍ କଟକଣା ଭିତରେ ସମସ୍ତ ଗାଇଡଲାଇନ୍‌ ମାନି ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲି ପାରିବେ । ହେଲେ ପ୍ରଥମ ଦିନରେ କୌଣସି ପର୍ଯ୍ୟଟକ ଆସିନଥିବା ସୂଚନା ରହିଛି । କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ । ଏଥିପାଇଁ ଓଡ଼ିଶା ଇକୋ ଟୁରିଜିମରେ ଅନ୍‌ଲାଇନ୍‌ରେ ବୁକ୍ କରିପାରିବେ । କଟେଜ ଓ ବୋଟଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ।

Leave a Reply