India and China Tension: କାମଦେଲା ଭାରତ ଚାପ,ଦେଢ କିଲୋମିଟର ପଛକୁ ହଟିଲା ଚୀନ୍ !

ନୂଆଦିଲ୍ଲୀ: ଲଦାଖରେ ଭାରତର କଡା ଆଭିମୁଖ୍ୟ ଚୀନକୁ ମୁଣ୍ଡନୋଇଁବାକୁ ବାଧ୍ୟ କରିଛି । ଚୀନ ତା’ର ଆକ୍ରାମକ ଆଭିମୁଖ୍ୟରେ ପରିବର୍ତ୍ତନ କରି ଗଲବାନ ଘାଟିରୁ ଦେଢ କିଲୋମିଟର ପଛକୁ ଫେରିବାକୁ ରାଜି ହୋଇଛି । ଏହା ସହ ଗଲବାନ ଘାଟିକୁ ବଫର ଜୋନ୍ ଭାବେ ଗ୍ରହଣ କରିବାକୁ ଚୀନ ରାଜି ହୋଇଛି ।

ଚୀନ ପଦକ୍ଷେପ ଦ୍ୱାର ଉତ୍ତେଜନା ହ୍ରାସ ପାଇବ କି ?

ବିଶେଷଜ୍ଞ ଏହାକୁ ଉତ୍ତଜେନା ହ୍ରାସ କରିବା ପାଇଁ ପ୍ରଥମ ପଦକ୍ଷେପ ବୋଲି ମାନୁଛନ୍ତି । ସୂଚନାଯୋଗ୍ୟ ଯେ, ଜୁନ୍ ୧୫ ତାରିଖ ଦିନ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଏଥିରେ ୪୦ରୁ ୧୦୦ ଜଣ ଚୀନ୍ ସୈନିକ ପ୍ରାଣ ହରାଇଥିବା କୁହାଯାଉଛି । ଲଦାଖର ଗଲବାନ ଘାଟିରେ ଚୀନ ସୈନିକ ଡିସଏନଗେଜମେଣ୍ଟ୍ ପ୍ରକ୍ରିୟା କ୍ରମରେ ପାଖାପାଖି ୧.୫ କିଲୋମିଟର ପଛକୁ ହଟିଛନ୍ତି । ଏହା ସହ ଚୀନ୍ ସୈନିକ ନିଜ କ୍ୟାମ୍ପକୁ ପଛକୁ ହଟାଇ ନେଇଥିବା ମଧ୍ୟ ଜଣା ପଡିଛି । ତେବେ ଏନେଇ ସେନା ପକ୍ଷରୁ ଆଧିକାରିକ ଭାବେ କୌଣସି ପ୍ରକ୍ରିୟା ଆସିନାହିଁ ।

ଏପର୍ଯ୍ୟନ୍ତ ସରଜମିନ୍ ତଦନ୍ତ ହୋଇନାହିଁ

LADAKH

ତେବେ ଏପର୍ଯ୍ୟନ୍ତ ଫିଜିକାଲ ଭେରିଫିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି ।  ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଚୀନ୍ ସୈନିକ ପଛକୁ ହଟିଥିବା ଆମେ ଜାଣିଛୁ କିନ୍ତୁ ସେମାନେ କେତେ ପଛକୁ ଫେରିଛନ୍ତି ସେ ନେଇ  ସରଜମିନ୍ ତଦନ୍ତ ହୋଇନାହିଁ । ସରଜମିନ ନୀରିକ୍ଷଣ ପରେ ଚୀନ୍ ସେନା କେତେ ପଛକୁ ହଟିଛି ତାହା ଜଣା ପଡିବ । ସରଜମିନ ତଦନ୍ତକୁ ତିନି ଦିନ ସମୟ ଲାଗିବ ବୋଲି ଜଣା ପଡିଛି । ଚୀନ୍ ସେନା ନିଜ ଟେଣ୍ଟ୍ ହଟାଇବା ପରେ ଡ୍ରୋନ୍ ଦ୍ୱାରା ଏହାର ଫଟୋ ନିଆଯିବ । ତା’ପରେ ଭାରତୀୟ ସୈନିକ ଉକ୍ତ ସ୍ଥାନକୁ ଯାଇ ସତରେ ଚୀନ୍ ହଟିଛି କି ନାହିଁ ତାର ସରଜମିନ ତଦନ୍ତ କରିବେ । ଏଥିପାଇଁ ତିନି ଦିନ ସମୟ ଲାଗିବ । ଭେରିଫିକେସନ୍ ହେବା ପରେ ଦ୍ୱିତୀୟ ପଦକ୍ଷେପ ନିଆଯିବ ।

ଚୀନ ପୁଣି ଧୋକା ଦେଉ ନାହିଁ  ତ?

INDIAN ARMY

 

ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ଅନୁସାରେ ଗତ କିଛି ଦିନ ଧରି ଗଲବାନ ଘାଟିରେ ପାଗ ଖରାପ ରହିଛି । ଗଲବାନ ନଦୀରେ ବନ୍ୟା ଆସିଛି । ଏମିତିରେ ଚୀନ୍ ଆଲୋଚନା ଆଧାରରେ ତା’ର ସୈନିକଙ୍କୁ ପଛକୁ ହଟିବାକୁ କହିଛି କି ପାଗ ଯୋଗୁ ପଛକୁ ହଟିବାକୁ ବାଧ୍ୟ ହୋଇଛି ତାହା କହିବା ଏବେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ମୋଦି ଲେହ ଗସ୍ତରେ ଯାଇଥିଲେ

modi in leh

ଜୁଲାଇ ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତରେ ଯାଇଥିଲେ । ସେଠାରେ ସେ ସୈନିକଙ୍କୁ ସମ୍ବୋଧନ କରି ଚୀନର ନାମ ନନେଇ ଡ୍ରାଗନର ବିସ୍ତାରବାଦୀ ନୀତିକୁ କଠୋର ସମାଲୋଚନା କରିଥିଲେ । ବିସ୍ତାରବାଦୀ ନୀତିର ବର୍ତ୍ତମାନ ସମୟରେ କୌଣସି ସ୍ଥାନ ନାହିଁ ବୋଲି ସେ କହିଥିଲେ । ବିସ୍ତାରବାଦୀ ନୀତି ବିଶ୍ୱଶାନ୍ତି ପାଇଁ ବିପଜ୍ଜନକ ବୋଲି ସେ କହିଥିଲେ ।

Leave a Reply