ଡାକ୍ତରଙ୍କ ପରାମର୍ଶ ନେଇ ଖାଆନ୍ତୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍

1 min read

ନୂଆଦିଲ୍ଲୀ: କରୋନା ପାଇଁ ଭ୍ୟାକ୍ସିନ ବାହାରି ନଥିବା ବେଳେ ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତେ ଔଷଧ ଖୋଜୁଛନ୍ତି । ଆମେରିକା ଭାରତ ଠାରୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ମେଡିସିନ୍ ମାଗିବା ପରେ ଦେଶରେ ଏହି ଔଷଧର ଡିମାଣ୍ଡ ବଢ଼ିଯାଇଛି । କିଛି ହୋଇନଥିଲେ ବି ଲୋକ ମେଡିସିନ୍ ଷ୍ଟୋରକୁ ଯାଇ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ସ ମାଗୁଛନ୍ତି ।

ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ଉପରେ ସୂଚନା ରଖିଛି । ନିୟ ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ସ ଖାଇବାକୁ କୁହାଯାଉଛି । ଏହି ଔଷଧ ହୃଦରୋଗ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ, ମନ ଇଛା ଏହି ଔଷଧକୁ କେହି ଖାଆନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେବନ କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।

ଏଥିସହ ପିପିଇ, ମାସ୍କ ଓ ଭେଣ୍ଟିଲେଟର ଆସିବା ଆରମ୍ଭ ହୋଇଯାଇଛି । ୧.୭ କୋଟି ପିପିଇ ଓ ୪୯ ହଜାରପ ଭେଣ୍ଟିଲେଟର ପାଇଁ କେନ୍ଦ୍ର ସରକାର ଦେଇଥିବା ସେ କହିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୩୪କୁ ବୃଦ୍ଧି ପାଇଛି । ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply