ରାୟ ପରିବର୍ତ୍ତନ କଲେ କୋର୍ଟ: ସମସ୍ତଙ୍କ ଗାଡ଼ି ଫେରାଇବନି ପୋଲିସ!

କଟକ: ରାୟ ବଦଳାଇଲେ ହାଇକୋର୍ଟ । ଲକ୍‌ଡାଉନ୍‌ ସମୟରେ ପୋଲିସ ଦ୍ୱାରା ବାଇକ୍ ଜବତ କରିବାକୁ ନେଇ ହାଇକୋର୍ଟ ଦେଇଥିବା ରାୟ ବଦଳାଇଲେ । କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଜବତ ବାଇକ୍‌କୁ ଅଣ୍ଡରଟେକିଂ ରଖି ଫେରାଇଦେବାକୁ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ । ପୂର୍ବରୁ ସମସ୍ତ ଜବତ ବାଇକ୍ ଅଣ୍ଡରଟେକିଂ ଲେଖି ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ହାଇକୋର୍ଟ । କିନ୍ତୁ ସେହି ରାୟରେ ଆଜି ପରିବର୍ତ୍ତନ କରିଛନ୍ତି ମାନ୍ୟବର କୋର୍ଟ । ସୂଚନା ଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଘରୁ ଗାଡ଼ି ନେଇ ଅଯଥାରେ ବାହାରିଥିବା ଲୋକଙ୍କ ଗାଡ଼ି ଜବତ କରିଥିଲା ପୋଲିସ ।  ଏ ନେଇ କୋର୍ଟ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା ।

ଦୂରହାଟକୁ ସଉଦା କିଣି ଗଲେ ଗାଡ଼ି ଉଠାଇ ନେବ ପୋଲିସ

Leave a Reply