ବ୍ରାଜିଲ ରାଷ୍ଟ୍ରପତି କହିଲେ ସଞ୍ଜୀବନୀ ଆଣିଦେଲା ଭାରତ

1 min read

ନୂଆଦିଲ୍ଲୀ: ବିଶ୍ୱରେ ବଢିବାରେ ଲାଗିଛି କରୋନା ସଙ୍କଟ । ଦେଶ ଦେଶ  ପରସ୍ପରକୁ ସହାୟତାର ହାତ ବଢାଉଛନ୍ତି । ଏହା ଭିତରେ ଭାରତ ଅଧିକ ପ୍ରଭାବିତ ଦେଶମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା କରୁଛି । ଆମେରିକା ପରେ ବ୍ରାଜିଲ ମଧ୍ୟ ଏହି ସାହାଯ୍ୟ ପାଇଁ ଭାରତକୁ ଧନ୍ୟବାଦ ଦେଇଛି । ବ୍ରାଜିଲର ରାଷ୍ଟ୍ରପତି ଜେର ବୋଲସନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ଏହି ସହାୟତାକୁ ସେ ହନୁମାନ ଆଣିଥିବା ସଞ୍ଜୀବନୀ ବୁଟି ସହ ତୁଳନା କରିଛନ୍ତି ।

ଏପ୍ରିଲ ୭ରେ ବ୍ରାଜିଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରୋନା ଭୁତାଣୁ ପ୍ରସଙ୍ଗରେ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ଭାରତ-ବ୍ରାଜିଲ ବନ୍ଧୁତା ବିଷୟରେ କହିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଭାରତ ବ୍ରାଜିଲକୁ ସେହିପରି ସାହାଯ୍ୟ କରିଛି, ଯେମିତି ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ହନୁମାନ ସଞ୍ଜୀବନୀ ଆଣି ଦେଇଥିଲେ ଠିକ୍ ସେମିତି ବ୍ରାଜିଲର ଏହି ବିପଦ ସମୟରେ ମୋଦି କରିଛନ୍ତି ।

ସୂଚନା ଅନୁଯାଇ, ବ୍ରାଜିଲର ଏହି ପ୍ରଶଂସାର କାରଣ ହେଉଛି ଭାରତ ଦ୍ୱାରା ଦିଆଯାଇଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ।  ମଙ୍ଗଳବାର ଦିନ ଭାରତ କହିଥିଲା ଯେ, ଯେଉଁ ଦେଶରେ ଲୋକମାନେ ଅଧିକ କରୋନାରେ ଆକ୍ରାନ୍ତ ହେଉଛନ୍ତି ଏବଂ ଯେଉଁ ଦେଶ ଗୁଡ଼ିକ ଏହି ଔଷଧ ଅଧିକ ଦରକାର କରୁଛନ୍ତି ସେହି ଦେଶମାନଙ୍କୁ ନିଶ୍ଚିନ୍ତ ଔଷଧ ଦିଆଯିବ ।

ବ୍ରାଜିଲର ରାଷ୍ଟ୍ରପତି ତାଙ୍କ ଚିଠିରେ ଲେଖିଛନ୍ତି ଯେ, ତାଙ୍କ ଦେଶରେ ଦୁଇଟି ଲ୍ୟାବ ଅଛି ଯିଏ କି କରୋନା ଟିକା ପ୍ରସ୍ତୁତ କରୁଛି, କିନ୍ତୁ ସେମାନଙ୍କର ଯୋଗାଣ ସମ୍ପୂର୍ଣ୍ଣ ଭାରତ ଉପରେ ନିର୍ଭର କରୁଛି, ତେଣୁ ସହାୟତା ପାଇଁ ଭାରତରୁ ଆଶା ରହିଛି ।

ଏହି ପ୍ରସଙ୍ଗରେ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ସାମ୍ନାକୁ ଆସିଥିଲା । ଯେଉଁଠାରେ ସେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଯୋଗାଣ ପାଇଁ ଭାରତର ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ପିଏମ ମୋଦୀ ବହୁତ ଭଲ, ସେ ବହୁତ ଭଲ କାମ କରୁଛନ୍ତି।

Leave a Reply